କନକ ବ୍ୟୁରୋ : ସ୍ଥଳଭାଗ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭିତରକନିକା ଓ ଧାମରାର ନିକଟତର ହେଉଛି ‘ଦାନା’ । ପାରାଦୀପଠାରୁ ୪୬୦ କିମି ଓ ଧାମରାଠୁ ୪୯୦ କିମି ଦୂରରେ ରହିଛି ବାତ୍ୟା । ଘଣ୍ଟାପ୍ରତି ୧୨କିମି ବେଗରେ ଆଗରୁ ବଢୁଛି ଦାନା । 

Advertisment

ସେପଟେ ବାତ୍ୟା ମୁକାବିଲା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିସମ ବାହିନୀ ମୁତୟନ ହୋଇଛନ୍ତି । ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ସମୁଦ୍ରକୁ ମତ୍ସ୍ୟାଜୀବୀ ନଯିବା ପାଇଁ ବାରଣ କରାଯାଇଛି । ଅନ୍ୟପଟେ ଯଦି ଜଗତସିଂହପୁର କଥା ଦେଖିବା ତେବେ, ଜଗତସିଂହପୁରରେ ବିଏନଏସର ଧାରା ୧୬୩ ଲାଗୁ କରାଯାଇଛି । ପାରାଦୀପ ବେଳାଭୂମି ସମେତ ନଦୀ ପଠାରେ ଲାଗୁ ହୋଇଛି । ବେଳାଭୂମି ସମେତ ନଦୀ ପଠାରେ ବୁଲାବା ମନା ।