କନକ ବ୍ୟୁରୋ : ଭୁବନେଶ୍ବରରେ ଭସାଣ ଶୋଭାଯାତ୍ରା ବେଳେ ପଶିଲା କେଁ । ଡିଜେ କଟକଣାକୁ ନେଇ ଅସନ୍ତୋଷ ଝାଡ଼ିଲେ ପୂଜା କମିଟି ସଦସ୍ୟ । କଟକଣା ନେଇ ଅନ୍ୟ ପୂଜା କମିଟି ସହ ଆଲୋଚନା ହୋଇନଥିବା ଅଭିଯୋଗ କରିଛନ୍ତି ଷ୍ଟେସନ ବଜାର ପୂଜା କମିଟି ସଦସ୍ୟ ଅମରେଶ ଜେନା । କହିଛନ୍ତି, ଡିଜେ କଟକଣା ନେଇ କିଛି ସ୍ପଷ୍ଟ କରାଯାଇନାହିଁ ।
ଡିଜେକୁ କୌଣସି ପ୍ରକାର ଅନୁମତି ମିଳିବା ନାହିଁ ବୋଲି କହିଛନ୍ତି ଡିସିପି ପିନାକ ମିଶ୍ର । ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଡିଜେ ଉପରେ କଟକଣା ଲଗାଇଛନ୍ତି ପିନାକ ମିଶ୍ର । ଯେଉଁ ଜିଜେ ଗୁଡିକ ୬୫ ଡେସିବଲରୁ କମ୍ ଶବ୍ଦ ବାହାର କରୁଥିବ ସେହି ଡିଜେ ଗୁଡିକୁ ମିଳିବ ଅନୁମତି । ସମସ୍ତ ପୂଜା କମିଟି ସହ ପୂର୍ବରୁ ଆଲୋଚନା ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ପିନାକ ମିଶ୍ର । ତେବେ ସେ ଆହୁରି ମଧ୍ୟ କହୁଛନ୍ତି କି, ଯେଉଁମାନେ ନିୟମକୁ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ପିନାକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/i0gO4M5seZIfYUWdqlUb.jpg)