ସମ୍ୱଲପୁରରେ ଫ୍ଲାଟ କିଣି ଫସିଗଲେ ଗ୍ରାହକ । ମିଳୁନି ମୌଳିକ ସୁବିଧା । ରାସ୍ତାରେ ଜମୁଛି ଡ୍ରେନ ପାଣି

ଫ୍ଲାଟରେ ନାହିଁ ମୌଳିକ ସୁବିଧା । ଫ୍ଲାଟ୍ କିଣି ଘାଣ୍ଟି ହେଉଛନ୍ତି ଗ୍ରାହକ। ପାଣି, ଡ୍ରେନେଜ ପରି ବ୍ୟବସ୍ଥା ନଥିବାରୁ ଏବେ ରାସ୍ତାରେ ଜମୁଛି ଡ୍ରେନ ପାଣି। ସେପଟେ ଫ୍ଲାଟ ବିକ୍ରି କରିଥିବା ବିଲ୍ଡର କହିଛନ୍ତି, ଚୁକ୍ତି ଅନୁସାରେ ସବୁ ବ୍ୟବସ୍ଥା କରାଯାଇଛି।

SBP FLAT ISSUE

କନକ ବ୍ୟୁରୋ: ଫ୍ଲାଟରେ ନାହିଁ ମୌଳିକ ସୁବିଧା । ଫ୍ଲାଟ୍ କିଣି ଘାଣ୍ଟି ହେଉଛନ୍ତି ଗ୍ରାହକ। ପାଣି, ଡ୍ରେନେଜ ପରି ବ୍ୟବସ୍ଥା ନଥିବାରୁ ଏବେ ରାସ୍ତାରେ ଜମୁଛି ଡ୍ରେନ ପାଣି। ସେପଟେ ଫ୍ଲାଟ ବିକ୍ରି କରିଥିବା ବିଲ୍ଡର କହିଛନ୍ତି, ଚୁକ୍ତି ଅନୁସାରେ ସବୁ ବ୍ୟବସ୍ଥା କରାଯାଇଛି।

ଫ୍ଲାଟକୁ ଲୋକେ ସୁରକ୍ଷିତ ଭାବନ୍ତି। ସବୁ ପ୍ରକାର ସୁବିଧା ମିଳିବା ଆଶାରେ ନିଜ ଜୀବନର ସଞ୍ଚିତ ପୁଞ୍ଜିରେ ଫ୍ଲାଟଟିଏ କିଣନ୍ତି। ହେଲେ ଫ୍ଲାଟରେ ମାଳମାଳ ସମସ୍ୟା ରହିଛି ତାହା ଜାଣିନଥିଲେ ଫ୍ଲାଟ ମାଲିକ। ସମ୍ବଲପୁର କାଇଁଶିର ରୋଡ ମୌର୍ଯ୍ୟ ରେସିଡେନ୍ସିରେ ଫ୍ଲାଟ ନେଇଥିବା ଗ୍ରାହକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପିଇବା ପାଣିର ବ୍ୟବସ୍ଥା ନାହିଁ। ମାସକୁ ୨୫ ହଜାର ଟଙ୍କାରେ ପାଣି କିଣିବାକୁ ପଡୁଛି। କେବଳ ଏତିକି ନୁହେଁ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ । ତେଣୁ ରାସ୍ତା ଉପରେ ଡ୍ରେନ ପାଣି ଯାଉଛି।

ମୌର୍ଯ୍ୟ ରେସିଡେନ୍ସିରେ ୫୨ଟି ପରିବାର ରହୁଛନ୍ତି। ୨୦୧୮ ପର୍ଯ୍ୟନ୍ତ ଅଧାଘର ବିକ୍ରି ହୋଇନଥିଲା। ଏବେ ଯଦିଓ ସବୁ ଫ୍ଲାଟ ବିକ୍ରି ହୋଇଯାଇଛି, ମୌଳିକ ସୁବିଧା ନଥିବା ଅଭିଯୋଗ ହୋଇଛି। ସେପଟେ ଫ୍ଲାଟ ବିକ୍ରି କରିଥିବା ବିଲଡର କହିଛନ୍ତି, ଚୁକ୍ତି ଅନୁସାରେ ସବୁ ବନ୍ଦୋବସ୍ତ କରାଯାଇଛି। ଚୁକ୍ତି ନଥାଇ ମଧ୍ୟ ୧୨ ଲକ୍ଷ ଟଙ୍କାରେ ଆରଓ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସମୟରେ ଫ୍ଲାଟ ମାଲିକଙ୍କୁ ବିଲଡର ଠକିଦେଉଥିବାର ନଜିର ରହିଛି । ଏବେ ଏହି ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରିବାର ସମୟ ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe