କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣାକୁ ୪ ଦିନ ବିତିଲାଣି। ହେଲେ ଘଟଣା ପଛର ସତ ଖୋଜି ପାଉନି ପୁଲିସ । ଆତ୍ମହତ୍ୟା ଥିଓରୀକୁ ନେଇ ପୁଲିସର ସନ୍ଦେହ ଥିବା ବେଳେ ପାରିପାର୍ଶ୍ବିକ ସ୍ଥିତି ରହସ୍ୟ ବଢ଼ାଉଛି ।
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଛାତ୍ରୀଙ୍କୁ ବାନ୍ଧିଥିଲା କିଏ? କେମିତି ଛାତ୍ରୀଙ୍କ ଚିତ୍କାର କାହାକୁ ଶୁଭିଲାନି? ଛାତ୍ରୀଙ୍କ ମୃତ୍ୟୁରେ ଆଉ କାହାର ସମ୍ପୃକ୍ତି ଅଛି କି? ମୃତ୍ୟୁର ୪ ଦିନ ପରେ ପୋଲିସ ଏହାର ଉତ୍ତର ଖୋଜି ପାଉନି। ଏସବୁ ଭିତରେ ଆଜି ମୃତ ଛାତ୍ରୀଙ୍କ ଗାଁରେ ପହଞ୍ଚିଛନ୍ତି ନିଜେ ଏସପି। ସୁରାଗ ଖୋଜିବାକୁ ପଡୋଶୀଙ୍କ ସିସିଟିଭି କ୍ୟାମେରା ଯାଞ୍ଚ କରିଛି ଏସପିଙ୍କ ଟିମ୍। ଏପରିକି ପରିବାର ଲୋକଙ୍କୁ ମଧ୍ୟ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ନିଜେ ଏସପି ସିଦ୍ଧାର୍ଥ କଟାରିଆ। ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତକୁ ଆଗକୁ ବଢାଉଛି ପୁଲିସ।
ଝିଅ ଆତ୍ମହତ୍ୟା କରିଥିବା କଥା ବାରମ୍ବାର ଦୋହରାଉଛନ୍ତି ବାପା। ହେଲେ ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଆତ୍ମହତ୍ୟା ଥିଓରୀକୁ ସହଜରେ ଗ୍ରହଣ କରିପାରୁନି। ତେଣୁ ମୃତ ଛାତ୍ରୀଙ୍କ ବାପାଙ୍କ ମୋବାଇଲ ଯାଞ୍ଚ କରି ପ୍ରମାଣ ଖୋଜୁଛି ପୁଲିସ। ଅନ୍ୟପଟେ ଏହି ଘଟଣାରେ ପୁରୁଷ ବନ୍ଧୁଙ୍କୁ ପୋଲିସ ଉଠାଇଥିବା ସୂଚନାକୁ ଖଣ୍ଡନ କରିଛନ୍ତି ନିଜେ ଏସପି। ଛାତ୍ରୀ ଜଳିବାରେ କଣ ବ୍ୟବହାର ହୋଇଛି? କିରୋସିନ, ପେଟ୍ରୋଲ ନା ଅନ୍ୟ କିଛି? ତାହାର ପତ୍ତା ଲଗାଇବାରେ ସାଇଣ୍ଟିଫିକ୍ ଟିମ୍ ଏଯାଏଁ ସଫଳ ହୋଇନି।
ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହାତ ବାନ୍ଧି ହତ୍ୟା କରିଛି? ପୋଲିସ ସୁରାଗ ପାଉନଥିବା ବେଳେ ସମସ୍ତଙ୍କର ନଜର ଏବେ ପୋଷ୍ଟମର୍ଟମ ରିପୋର୍ଟ ଉପରେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/09/7pm4-2025-08-09-19-48-43.jpg)