କନକ ବ୍ୟୁରୋ : କଟକରେ ସରିଲା କର୍ଫ୍ୟୁ ସମୟ । ୩୬ ଘଣ୍ଟାର କର୍ଫ୍ୟୁ ସରିବା ପରେ କଟକ ସହରରେ ଧିରେ ଧିରେ ସ୍ବାଭାବିକ୍ ହେଉଛି ସ୍ଥିତି । ଧିରେ ଧିରେ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ସମୟ ସରିବା ଅବା କର୍ଫ୍ୟୁ କୋହଳ ହେବା ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ସାନି ଘୋଷଣା ହେବା ଏବେ ବି ବାକି ଅଛି । ସେପଟେ ଇଣ୍ଟରନେଟ୍ କଟକଣା ଏବେ ବି ବଳବତ୍ତର ରହିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। କର୍ଫ୍ୟୁ ସମୟ ସରିଥିଲେ ବି ଏବେ ବି ଛକ ଛକରେ ପୁଲିସ ପଇଁତରା ମାରୁଛି । ଦଶହରା ଭସାଣ ବେଳେ ବିବାଦ ଉପୁଜିବାରୁ ସହରରେ କର୍ଫ୍ୟୁ ଲାଗିଥିଲା । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା ।
କର୍ଫ୍ୟୁ ସମୟ ସରିଲା
କଟକରେ କର୍ଫ୍ୟୁ କୋହଳ
ଏଯାଏଁ ହୋଇନି ସାନି ଘୋଷଣା
ସରିଛି କର୍ଫ୍ୟୁର ସମୟ
ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ
ସ୍ବାଭାବିକ ହେଉଛି ସ୍ଥିତି
ଏବେ ବି ଇଣ୍ଟର୍ନେଟ୍ ବନ୍ଦ
ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ
ଏବେ ବି ପଇଁତରା ମାରୁଛି ପୁଲିସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/10/07/21-2025-10-07-11-17-37.jpg)