କନକ ବ୍ୟୁରୋ : ନିର୍ବାଚନ ଫଳାଫଳର ୧୧ ଦିନ ପରେ ବି ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଲାଗି ରହିଥିଲା ସସପେନ୍ସ । କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଲାଗି ରହିଥିଲା ଦ୍ବନ୍ଦ୍ୱ । ଏବେ ଶେଷରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଶପଥ ସମାରୋହ କାର୍ଯ୍ୟକ୍ରମ ରହିଛି । ତେବେ ସଂକ୍ଷେପରେ ଜାଣନ୍ତୁ ଫଡନାଭିସଙ୍କ ରାଜନୈତିକ ଯାତ୍ରା କେମିତି ରହିଛି...
ସଂକ୍ଷେପରେ ଫଡନାଭିସ୍
୧୯୭୦ ଜୁଲାଇ ୨୨ରେ ଦେବେନ୍ଦ୍ର ଫଡନାଭିସଙ୍କ ଜନ୍ମ
୨୨ ବର୍ଷ ବୟସରେ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର
୧୯୯୨ରେ ନାଗପୁର ନଗର ନିମଗର ପାର୍ଷଦ ନିର୍ବାଚିତ
୧୯୯୭ରେ ହୋଇଥିଲେ ନାଗପୁରର ସବୁଠୁ ଯୁବ ମେୟର
୧୯୯୯ରେ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ
ନାଗପୁର ପଶ୍ଚିମରୁ ବିଧାୟକ ହୋଇଥିଲେ ଫଡନାଭିସ୍
୨୦୦୯ରୁ ୨୦୧୪ ଯାଏ ମହାରାଷ୍ଟ୍ରରେ ବିରୋଧୀ ଦଳ ନେତା
୨୦୧୩ରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ
୨୦୧୪ରେ ପ୍ରଥମ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ
ମୁମ୍ବାଇ ମେଟ୍ରୋ, ଉପକୂଳ ସଡ଼କ ଦିଗରେ କାର୍ଯ୍ୟ କରିଥିଲେ
ଜଳ ସେଚନ ଯୋଜନା ଓ ମରୁଡ଼ି ମୁକାବିଲା ପାଇଁ କାମ କରିଛନ୍ତି
୨୦୨୨ରେ ଏକନାଥ ସିନ୍ଦେଙ୍କ ସହ ମିଶି ସରକାର ଗଠନ
୨୦୨୨ରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଥିଲେ ଫଡନାଭିସ୍
ମୋଟ୍ ସମ୍ପତ୍ତିର ମୂଲ୍ୟ ୧୩ କୋଟି ୨୭ ଲକ୍ଷ୍ୟ ଟଙ୍କା
୨୦୨୪ ସତ୍ୟପାଠରେ ନିଜ ସମ୍ପତ୍ତି ଦର୍ଶାଇଥିଲେ ଫଡନାଭିସ