କନକ ବ୍ୟୁରୋ: ଭିଡ଼ ନେଇଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାରେ ଗୁରୁତର ଆହତ ଯୁବକ ଅଢେଇ ଘଂଟା ଧରି ଟ୍ରାଫିକ୍ ଜାମରେ ଫଶିରହିବାରୁ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ପାରାଦୀପ ରାସ୍ତାରେ ଏଭଳି ଅଘଟଣ ଘଟିଛି । ଟ୍ରାଫିକ୍ ପରିଚାଳନାରେ ଗୁରୁତର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକ । ମୃତକ ହେଲେ ନେହରୁ ବଙ୍ଗଳା ଅଂଚଳର ମହେଶ୍ବର ଦାସଙ୍କ ପୁଅ ରାକେଶ ଦାସ । ତାଙ୍କ ବୟସ ମାତ୍ର ୨୧ ବର୍ଷ । କଟକରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ରବିବାର ବିଶ୍ବକର୍ମା ପୂଜା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁଁ ପାରାଦୀପରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ରାକେଶ ତାଙ୍କର ଜଣେ ସାଙ୍ଗଙ୍କ ସହ ନେହରୁ ବଙ୍ଗଳାରୁ ଅଠରବାଙ୍କୀ ଅଭିମୁଖେ ଆସୁଥିଲେ । ବାଇକର ପଛ ସିଟ୍‌ରେ ବସିଥିଲେ। ଘନଘଳିଆ ପୋଲ ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଆଉ ମେଡିକାଲ ନଯାଇପାରି ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଟ୍ରାଫିକ୍ ସମସ୍ୟା ପାଇଁ ସେ ଫଶିଯାଇଥିଲେ ।

Advertisment