କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ । ଗୋଟେ ପଟେ ବିଧାନସଭା ସମ୍ମୁଖରେ କଂଗ୍ରେସ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ଜାରି ରଖିଥିବା ବେଳେ ଗୃହ ଭିତରେ ଆଲୋଚନା ଚାଲିଛି । ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭୂତଳ ଜଳସ୍ତରକୁ ନେଇ ଏକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ କେବଳ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା ଓ ସମ୍ବଲପୁରକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଭୂତଳ ଜଳସ୍ତର ଆଶାତୀତ ଭାବେ କମିବାରେ ଲାଗିଛି । ଏହି ୨୩ ଜିଲ୍ଲା ମଧ୍ୟରୁ ରାୟଗଡା ଓ ଗଜପତିରେ ସ୍ଥିତି ସଂଗୀନ ରହିଛି । ଏସବୁର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨ଟି ଯୋଜନା ପ୍ରଣୟନ କରାଯାଇଛି । ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଛାତ ଓ ଅରୁଆ ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର ।
ରାଜ୍ୟରେ ଭୂତଳ ଜଳର ସାଂଘାତିକ ସ୍ଥିତି । ୨୩ ଜିଲ୍ଲାରେ ଭୂତଳ ଜଳସ୍ତର କମୁଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଭୂତଳ ଜଳସ୍ତରକୁ ନେଇ ଏକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ କେବଳ ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା ଓ ସମ୍ବଲପୁରକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଭୂତଳ ଜଳସ୍ତର ଆଶାତୀତ ଭାବେ କମିବାରେ ଲାଗିଛି । ଏହି ୨୩ ଜିଲ୍ଲା ମଧ୍ୟରୁ ରାୟଗଡା ଓ ଗଜପତିରେ ସ୍ଥିତି ସଂଗୀନ ରହିଛି ।
/kanak/media/media_files/2025/03/27/PtYKB1Scr47lbXnhTJju.jpg)