କନକ ବ୍ୟୁରୋ: ଅପରାଧ କରି ଆଉ ବର୍ତ୍ତିପାରିବେନି ଅପରାଧି । କାରଣ ଅପରାଧ ବିରୋଧରେ ପୋଲିସ ଆପଣାଇଛି ଜିରୋ ଟଲେରାନ୍ସ ନୀତି। ୩ଦିନରେ ୩ଟି ଏନ୍କାଉଣ୍ଟର ଅପରାଧିଙ୍କ ମନରେ ଭୟ ସୃଷ୍ଟି କରିଛି । ଆଜି ସକାଳେ ସମ୍ବଲପୁରରେ ଗର୍ଜିଥିଲା ପୋଲିସର ବନ୍ଧୁକ । କୁଖ୍ୟାତ ଅପରାଧୀ ସୀତାରମ୍ ଷଡଙ୍ଗୀକୁ ଗୁଳି କରିଥିଲା ପୋଲିସ । ଡକାୟତି ମାମଲାରେ ଗିରଫ ପାଇଁ ଯିବା ବେଳେ ପୋଲିସ ଉପରକୁ ଗୁଳି କରିବାକୁ ଏନକାଉଣ୍ଟର କରିଥିଲା ପୋଲିସ । ସୀତାରମ୍ର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତା ନିକଟରୁ ପିସ୍ତଲ, ଗୁଳି, ବାଇକ୍ ଓ ୧ ଲକ୍ଷ ଟଙ୍କା ଜବତ ହୋଇଛି । ସିତାରମ୍ ନାଁରେ ରହିଛି ହତ୍ୟା, ଡକାୟତି ଭଳି ୨୫ରୁ ଅଧିକ ମାମଲା ।
ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସର କଡ଼ା ଅଭିମୁଖ୍ୟ । ଟାର୍ଗେଟରେ ହାର୍ଡକୋର ଅପରାଧୀ । ଡକାୟତ, ଗୋଚାଲଣକାରୀ, ନିଶା ମାଫିଆଙ୍କୁ ଦେଖିବା ମାତ୍ରେ ଗୁଳି କରୁଛି ପୁଲିସ। ଗତ ୩ମାସରେ ରାଜ୍ୟରେ ମୋଟ ୧୫ଟି ଏନକାଉଣ୍ଟର ଘଟିଛି। ନଜର ପକାନ୍ତୁ ଏହି ତଥ୍ୟ ଉପରେ।
ଶନିବାର ଝାରସୁଗୁଡ଼ାରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ଶୁକ୍ରବାର ଭୁବନେଶ୍ବରରେ ନିଶା ମାଫିଆଙ୍କୁ ଗୁଳି
ଭୁବନେଶ୍ବରରେ ୩ ମାସରେ ୪ ଏନକାଉଣ୍ଟର
ଫେବ୍ରୁୟାରି ୧୬ରେ ଆପାର୍ଟମେଣ୍ଟ ଲୁଟେରାକୁ ହୋଇଥିଲା ଏନକାଉଣ୍ଟର
ମାର୍ଚ୍ଚ ମାସରେ ଏଟିଏମ୍ ଲୁଟେରାକୁ ଏନ୍କାଉଣ୍ଟର କରିଥିଲା ପୁଲିସ
ଏପ୍ରିଲ ୩ରେ ୨ ବିହାରୀ ଚେନ୍ ଲୁଟେରାଙ୍କୁ କରାଯାଇଥିଲା ଏନକାଉଣ୍ଟର
ଏପ୍ରିଲ ୧୧ରେ ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର
ଏପ୍ରିଲ ୧୨ରେ ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଝାରସୁଗୁଡ଼ାରେ ଏନକାଉଣ୍ଟର
ରାଜ୍ୟରେ ଅପରାଧ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଛି । ଏଭଳି ସ୍ଥିତିରେ ଅପରାଧିଙ୍କୁ ଏନ୍କାଉଣ୍ଟର ଅପରାଧ ରୋକିବା ଦିଗରେ କେତେ ସଫଳ ହେଉଛି ଦେଖିବାକୁ ଅପେକ୍ଷା ।