କନକ ବ୍ୟୁରୋ : ଏହି ଘଟଣାକୁ ନେଇ କ୍ରାଇମବାଞ୍ଚ ଏଡିଜି ଅରୁଣ ବ୍ରୋଥାଙ୍କ ସହ ତଦନ୍ତ କରୁଥିବା ଟିମର ରବିବାର ବୈଠକ କରିଥିଲେ । ଏହି ବୈଠକରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡର ସମସ୍ତ ରିପୋର୍ଟ ଏଡିଜିକୁ ପ୍ରଦାନ କରାଯାଇଛି। ମୋବାଇଲର ସିଡିଆର ଯାଞ୍ଚ ହେଉଛି । ଏନେଇ ଡିଜିଟାଲ ଏଭିଡେନ୍ସ, ପାରିପାର୍ଶ୍ବିକ ପ୍ରମାଣ ଓ ଅନ୍ୟପ୍ରମାଣ ମିଳିଛି । ରିପୋର୍ଟରେ ସବୁ ତଥ୍ୟ ରହିଛି । କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ ତଦନ୍ତ କରୁଛି। ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଏହି ମାମଲାକୁ ନେଇ ବଡ଼ ଖୁଲାସା କରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ନରେନ୍ଦ୍ର ବେହେରା ।
ବିବାଦୀୟ ପୋଲିସ ଅଫିସରଙ୍କ ନାଁରେ ବିଦେଶରୁ ଆସିଲା ଅଭିଯୋଗ। ଆଜ୍ଞା ହଁ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ ମାମଲାରେ ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାଁରେ ଅଭିଯୋଗର ଚିଠା ଲମ୍ବିବାରେ ଲାଗିଛି । ଏସବୁ ମଧ୍ୟରେ ସୁଦୂର ଜର୍ମାନୀରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ବିଶ୍ବଜିତ୍ ସ୍ବାଇଁ ମଧ୍ୟ ଦୀନକୃଷ୍ଣ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବରମୁଣ୍ଡା ହାଉସିଂ ବୋର୍ଡରେ ବିଶ୍ବଜିତଙ୍କର ଏକ ଘରର ଭଡ଼ାକୁ ନେଇ ବିବାଦ ଲାଗି ରହିଥିଲା । ଅଭିଯୋଗ ନେଇ ବିଶ୍ବଜିତ୍ ବାରମ୍ବାର ଭରତପୁର ଥାନାକୁ ଯାଉଥିଲେ ମଧ୍ୟ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ର ତାଙ୍କୁ କୌଣସି ସହଯୋଗ କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/LG5XlSiwW2AngWysfcFi.jpg)