କନକବ୍ୟୁରୋ : ଭରତପୁର ଥାନା ଘଟଣାରେ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍। ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ରବିବାର ଦିନ ଗୁଜରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍।
ସୋମବାର ଦିନ ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ,ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। ଏଥିସହ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କ ମଧ୍ୟ ଗୁଜରାଟରେ କରାଯିବ ପଲିଗ୍ରାଫ ଟେଷ୍ଟ। ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ କେତେ ସତ କହୁଛି ତାର ପ୍ରମାଣ ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/a0sW9MEHO8PZUOIGWeof.jpg)