ଖୋଜାଚାଲିଛି ଓଟିଇଟି କେଳେଙ୍କାରୀର ଖିଅ, ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଘନଘନ ଜେରା

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ ।

ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ

ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ Photograph: (KanakNews)

କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିଙ୍କରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣଙ୍କୁ ଗିରଫ ସତ୍ତ୍ବେ ରହସ୍ୟ ଉପରୁ ପର୍ଦ୍ଦା ଉଠାଇ ପାରିନି କ୍ରାଇମବ୍ରାଞ୍ଚ । ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟଙ୍କୁ ଗତ ୨ ଦିନ ହେବ ଘନଘନ ଜେରା କରାଯାଉଛି । ସମ୍ପୃକ୍ତ ମହିଳାଙ୍କ ଭୂମିକା ସନ୍ଦେହଘେରରେ ଥିବାରୁ ତାଙ୍କୁ ଆଜି ବି ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସେ ନିହାରଙ୍କ ପାଖରେ କାମ କରୁଥିବାରୁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

ସେପଟେ ଗିରଫ ୩ ଜଣ ନିହାର ମହାନ୍ତି, ଜିତେନ୍ ମହାରଣା ଓ ଅବସରପ୍ରାପ୍ତ ଶିକ୍ଷକ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍‌ ପଛରେ କେତେ ଅର୍ଥ କାରବାର ହୋଇଛି? କାହାର ଭାଗ କେତେ? ଆଉ କାହାର ଏଥିରେ ସମ୍ପୃକ୍ତି ରହିଛି ? ସେନେଇ ରିମାଣ୍ଡ ବେଳେ ଜେରା କରାଯିବ ।  ଏପଟେ ଆଜି ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ । ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ସେନେଇ ମୁହଁ ଖୋଲିନାହାନ୍ତି ବୋର୍ଡ ସଭାପତି ।  ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ସୁରକ୍ଷା ଦୃଷ୍ଟିକୋଣରୁ ବୋର୍ଡ ଆଗକୁ ଭିଡିଓଗ୍ରାଫି କରିବାର ବ୍ୟବସ୍ଥା କରୁଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe