କନକ ବ୍ୟୁରୋ : କ୍ରିକେଟ ପ୍ରେମୀଙ୍କୁ ଆଉ ସଂଧ୍ୟାରୁ ରାତି ଯାଏ ବୋର ଲାଗିବନି ,କାରଣ ବାଜି ସାରିଛି ଆଇପିଏଲ ବିଗୁଲ । ନିଜ ନିଜ ପସନ୍ଦର ଟିମକୁ ନେଇ ଆଲୋଚନା ଆରମ୍ଭ କରିସାରିଲେଣି ଫ୍ୟାନ୍ସ । ଖାସ କରି ମ୍ୟାଚ ଯେତେ ଆଗକୁ ବଢିବ ପାନ ଦୋକାନ ଠାରୁ ଅଫିସ୍ ଯାଏଁ ମ୍ୟାଚର କଥା ସେତେ ପଡିବ । କିଏ କହିଲାଣି ମୁଁ ମୁମ୍ବାଇ ଫ୍ୟାନ୍ସ ତ ..ଆଉ କିଏ କହୁଛି ମୋର ଚେନ୍ନାଇ ..ଆଉ ଆରସିବି ବା କେମିତି ପଛରେ ରହିବ , ଟ୍ରଫି ନଜିତିଲେ ବି ହୃଦୟ ଜିତେ ବୋଲି ବିରାଟ ଫ୍ୟାନ୍ସ ମାନେ କୁହନ୍ତି । କୋଲକାତାରେ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚ ଖେଳାଯିବ ୨୦୨୪ ବିଜେତା କେକେଆର ଓ ଆରସିବି ମଧ୍ୟରେ । ଦୁଇଦଳ ବେଶ ସନ୍ତୁଳିତ ଅଛନ୍ତି ଗୋଟେପଟେ ବିରାଟ କୋହଲି,ଫିଲ ସଲ୍ଟ,ରଜତ ପଟିଦାର ଓ ଲିଭିଙ୍ଗଷ୍ଟୋନ ଭଳି ବ୍ୟାଟର ଆରସିବିରେ ଥିବା ବେଳେ କେକେଆରର ଶକ୍ତି ହେଉଛି ଅଭିଜ୍ଞ ଖେଳାଳି ସୁନିଲ ନାରିନ୍ , ରିଙ୍କୁ ସିଂହ ଓ ମଧ୍ୟକ୍ରମରେ ଆସି ବୋଲରଙ୍କ ନିଦ ହଜାଉଥିବା ବେଳେ ଆନ୍ଦ୍ରେ ରସେଲଙ୍କ ପରି ବ୍ୟାଟର ରହିଛନ୍ତି । ମୋଟାମୋଟି କହିବାକୁ ଗଲେ ମ୍ୟାଚ କଡା ଟକ୍କର ହେବ । ହେଲେ ମ୍ୟାଚକୁ ଘାରିଛି ବର୍ଷା ଚିନ୍ତା,କାରଣ କୋଲକାତାରେ ବେଳେବେଳେ ବର୍ଷା ଦେଖାଉଛି ନାଲି ଆଖି । ଆଇଏମଡିର ସୂଚନା ଅନୁସାରେ କୋଲକାତା ଏବଂ ଆଖପାଖ ଅଞ୍ଚଳରେ ବର୍ଷା ଓ ଘଡଘଡିର ପୂର୍ବାନୁମାନ କରାଯାଇଛି । ପାଣିପାଗ ଖରାପ ଥିବାରୁ ଆଇପିଏଲ ଉଦଘାଟନୀ ମ୍ୟାଚରେ ବର୍ଷା ଗ୍ରହଣ ଲଗାଇପାରେ ।
ଆରମ୍ଭ ହେଲା କ୍ରିକେଟର ମହାସମର ଆଇପିଏଲ୍ । ଇଡେନ ଗାର୍ଡେନରେ ଉଦଘାଟନୀ ମ୍ୟାଚ୍, ଓପନିଂ ମ୍ୟାଚରେ କେକେଆର ବନାମ ଆରସିବି
ଖାସ କରି ମ୍ୟାଚ ଯେତେ ଆଗକୁ ବଢିବ ପାନ ଦୋକାନ ଠାରୁ ଅଫିସ୍ ଯାଏଁ ମ୍ୟାଚର କଥା ସେତେ ପଡିବ । କିଏ କହିଲାଣି ମୁଁ ମୁମ୍ବାଇ ଫ୍ୟାନ୍ସ ତ ..ଆଉ କିଏ କହୁଛି ମୋର ଚେନ୍ନାଇ ..ଆଉ ଆରସିବି ବା କେମିତି ପଛରେ ରହିବ , ଟ୍ରଫି ନଜିତିଲେ ବି ହୃଦୟ ଜିତେ ବୋଲି ବିରାଟ ଫ୍ୟାନ୍ସ ମାନେ କୁହନ୍ତି । କୋଲକାତାରେ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚ ଖେଳାଯିବ ୨୦୨୪ ବିଜେତା କେକେଆର ଓ ଆରସିବି ମଧ୍ୟରେ ।
/kanak/media/media_files/2025/03/22/AGp1oqdhmgcL0zxGFMxm.jpg)