marriage Photograph: (Kanak news)
କନକ ବ୍ୟୁରୋ: ବଲିଉଡ୍ ତାରକାଙ୍କ ଭଳି କ୍ରିକେଟର୍ମାନେ ମଧ୍ୟ ଜୀବନରେ ଏକାଧିକ ବିବାହ କରିଥିବାର ନଜିର ରହିଛି। ଶନିବାର ପୂର୍ବତନ ଭାରତୀୟ ଅଧିନାୟକ ଶିଖର ଧାୱନ ତାଙ୍କ ଆୟର୍ଲାଣ୍ଡ୍ ବାଂଧବୀ ସୋଫି ସାଇନଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିବା ପରେ ଏହି ଚର୍ଚ୍ଚା ପୁଣି ଜୋର ଧରିଛି। ତେବେ କେବଳ ବିଶ୍ବ କ୍ରିକେଟ୍ ନୁହେଁ ଭାରତୀୟ କ୍ରିକେଟ୍ରେ ବି ଏକାଧିକ ଖେଳାଳି ରହିଛନ୍ତି ଯିଏ ଦ୍ବିତୀୟ ଥର ବିବାହ କରିଛନ୍ତି। ଧାୱନଙ୍କ ପୂର୍ବରୁ ଏହାର ଭାରତୀୟ ତାଲିକା ବି ଢ଼େର ଲମ୍ବା ରହିଥିଲା। ବିନୋଦ କାମ୍ବଲୀ, ଜଭାଗାଲ ଶ୍ରୀନାଥ, ମହମ୍ମଦ ଆଜାରୁଦ୍ଦିନ୍, ଅନିଲ କୁମ୍ବଲେ, ଦିନେଶ କାର୍ତିକ, ଆରୁଣ ଲାଲ, ଯୋଗରାଜ ସିଂହ, ମନୋଜ ପ୍ରଭାକର ଏହି ତାଲିକାରେ ସାମିଲ ଅଛନ୍ତି।
ଆହୁରି ପଢ଼ନ୍ତୁ... ହୁବ୍ଲି ଷ୍ଟାଡିୟମ୍ରେ ରହିବ ସୁନିଲ ଯୋଶୀଙ୍କ ପ୍ୟାଭିଲିଅନ୍
ହାର୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ ପ୍ରମୁଖ ଏହି ତାଲିକାରେ ବି ଖୁବ୍ ଶୀଘ୍ର ଯୋଡ଼ି ହୋଇଯିବା ସମ୍ଭାବନା ରହିଛି। ବିଶ୍ବ କ୍ରିକେଟ୍ ଦେଖିଲେ ଇମ୍ରାନ୍ ଖାନ୍, ସନଥ ଜୟସୁରିୟା, ମାହେଲା ଜୟବର୍ଦ୍ଧନେ, ତିଲକରତ୍ନେ ଦିଲସାନ୍, ସୋଏବ ମଲ୍ଲିକ, ସୁନିଲ ନାରାୟଣ, ବ୍ରେଟ୍ ଲି, ଜଣ୍ଟି ରୋଡ୍ସ, ଗ୍ଲେନ୍ ମ୍ୟାକ୍ଗ୍ରା ପ୍ରମୁଖ ବି ଏହି ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ସୋଏବ ମଲ୍ଲିକ ଓ ଇମ୍ରାନ୍ ଖାନ୍ ୩ ଥର ଲେଖାଏଁ ବିବାହ କରିଥିବାର ଉଦାହରଣ ବି ରହିଛି। ଇମ୍ରାନ୍ଙ୍କ ୩ ପତ୍ନୀ ହେଉଛନ୍ତି ଜେମିମା ଗୋଲ୍ଡସ୍ମିଥ୍ (୧୯୯୫-୨୦୦୪), ରେହାନ୍ ଖାନ୍ (୨୦୧୫), ବୁସ୍ରା ବିବି (୨୦୧୮)। ସୋଏବ ମଲ୍ଲିକ ମଧ୍ୟ ୩ ଜଣଙ୍କୁ ବିବାହ କରିଥିଲେ, ସେମାନେ ହେଲେ-ଆୟେଶା ସିଦ୍ଦିକ୍ (୨୦୦୨-୨୦୧୦), ସାନିଆ ମିର୍ଜା (୨୦୧୦-୨୦୨୩), ସାନା ଜାଭେଦ୍ (୨୦୨୪)।
Follow Us