କନକ ବ୍ୟୁରୋ : ଦଶହରା ବଜାରରେ ସୁନାମୀ ଆଣିଛି ସିନେମା କର୍ମ । ବୁକ୍‌ ମାଇଁ ସୋ'ରେ କର୍ମ ଟ୍ରେଣ୍ଡିଂରେ ଅଛି । ସବୁ ବର୍ଗର ଲୋକଙ୍କୁ ପସନ୍ଦ ଆସୁଥିବା କୁହାଯାଉଛି । ବିଭିନ୍ନ ହଲରେ ହାଉସ୍ ଫୁଲ ଚାଲିଛି ଫିଲ୍ମ କର୍ମର ସୋ' । ଖାଲି କର୍ମ ନୁହଁ ପୂଜା ଅବସରରେ ରିଲିଜ୍ ହୋଇଥିବା ସବୁ ଓଡ଼ିଆ ସିନେମା ଦର୍ଶକଙ୍କ ହୃଦୟ ଜିତିଛି । ସୋସିଆଲ ମିଡିଆରେ ଏନେଇ ରିଭ୍ୟୁ ରଖୁଛନ୍ତି ଅନେକ ଦର୍ଶକ । ଓଡ଼ିଆ ସିନେମାର ନୂତନ ଯୁଗ ଆରମ୍ଭ ହୋଇଥିବା କହିଛନ୍ତି । ଏଥିସହ ଓଡ଼ିଶା ସାରା ଓଡ଼ିଶାରେ ଅନେକ ସୋ' ହାଉସ୍ ଫୁଲ୍ ରହିଛି ।  

Advertisment

ସେପଟେ, ରିଲିଜ ହୋଇଛି ଓଡ଼ିଆ ସିନେମା ଭିଲେନ୍ । ଦଶହରା ଅବସରରେ ମୁକ୍ତିଲାଭ ହୋଇଛି ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଆକ୍ସନ ସିନେମା 'ଭିଲେନ' । ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ନାୟିକା ଭୂମିକାରେ ନଜର ଆସିଛନ୍ତି ତମନ୍ନା । ଅନ୍ୟାନ୍ୟ ଚରିତ୍ରରେ ଉଷସୀ ମିଶ୍ର, କେ କେ, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ବ୍ରଜ ସିଂ ପ୍ରମୁଖଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି । ଆଦିଲକ୍ଷ୍ମୀ  ଏଣ୍ଟର୍ଟେନମେଣ୍ଟ  ବ୍ୟାନରରେ ନିର୍ମିତ "ଭିଲେନ"ର ପ୍ରଯୋଜନା କରିଛନ୍ତି ଆଦିକନ୍ଦ ସାହୁ।  ନିର୍ଦ୍ଦେଶନାରେ ଅଛନ୍ତି କେ. ମୁରଲୀକ୍ରିଷ୍ଣା । ଫିଲ୍ମରେ ଭରପୂର ଆକ୍ସନ ଦୃଶ୍ୟ ରହିଥିବା ବେଳେ ଯୁବପୀଢ଼ିଙ୍କୁ ପସନ୍ଦ ଆସିଛି ।