କନକ ବ୍ୟୁରୋ: ନିର୍ବନ୍ଧ ମୁଦି ପାଇଁ ଭାଙ୍ଗିଲା ସମ୍ପର୍କ । ମୁଦି ପିନ୍ଧାଇବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଆଉ ତାପରେ ଭାଙ୍ଗିଥିଲା ନିର୍ବନ୍ଧ ପରେ ସମ୍ପର୍କ । ଆସନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ.. କୁହାଯାଏ ଯିଏ ଯାହାକୁ ଭଲ ପାଏ ତା ପାଇଁ ସବୁ ନିଛାବର କରିଦିଏ । ଦୁନିଆର ସବୁ ଖୁସି ଆଣି ତା ପାଦ ତଳେ ଅଜାଡି ଦେବାକୁ ସବୁ ଚେଷ୍ଟା କରିଥାଏ । ତେବେ ଏମିତି ଜଣେ ବ୍ୟକ୍ତି ଯୁବତୀଙ୍କ ପ୍ରେମରେ ଏପରି ଭାବେ ବୁଡି ଯାଇଥିଲେ ଯେ, ନିର୍ବନ୍ଧ ଦିନ ୫୯ ଲକ୍ଷର ମୁଦି କିଣି ଗିପ୍ଟ କରିଦେଲେ ।
କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କ ମଧ୍ୟରେ କିଛି ଘଟଣାକୁ ନେଇ ଯୁକ୍ତିତର୍କ ଲାଗିଗଲା । ଏହି ଝଗଡା ପରେ ଯୁବକ ଜଣଙ୍କ ମହିଳାଙ୍କ ସହ ବିବାହ କରିବାକୁ ମନା କରିଦେଲେ । ଗିପ୍ଟ ରେ ଦେଇଥିବା ଦାମିକିଆ ମୁଦି ଫେରାଇ ଦେବାକୁ କହିଲେ । ଏହି ଘଟଣା ଯାଇ ପହଞ୍ଚିଲା କୋର୍ଟରେ । ବହରହାଲ ମେସାଚୁସେଟ୍ସ ସୁପ୍ରିମ ଜୁଡିସିଆଲ ସିଧା ସିଧା କହିଥିଲେ ବିବାହ ଭାଙ୍ଗିବା ପରେ ନିର୍ବନ୍ଧ ମୁଦି କିଣିଥିବା ବ୍ୟକ୍ତିଙ୍କୁ ଫେରାଇଦେବା ଉଚିତ୍ । ଏହି ଖବର ଟି ହେଉଛି ଆମେରିକାର । ସୂଚନାମୁତାବକ, ବ୍ରୁସ୍ ଜନସନ ଏବଂ କ୍ୟାରୋଲିନ୍ ସୋଟିନ୍ ଙ୍କ ସହ ଏହି ମାମଲା ଜଡିତ । ୨୦୧୭ରେ କ୍ୟାରୋଲିନଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିିଲେ ବ୍ରୁସ୍ ଜନସନ ।