କନକ ବ୍ୟୁରୋ : ଅନୁଗୁଳ ବନ୍ତଳା ଥାନା ଗୋଡିମୁଣ୍ଡା ସାହିରେ ଅଘଟଣ । ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଉଛନ୍ତି ସୁର ପଧାନ ଓ ସୁକାନ୍ତି ପଧାନ। ସ୍ବାମୀ, ସ୍ତ୍ରୀ ଜଣଙ୍କ ଘରେ ରହି ଚାଷ କାମ କରୁଥିଲେ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଛି ନା ମଦ୍ୟପାନ କରି ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡ଼ିନାହିଁ ।
ଅନ୍ୟପଟେ ସୁନ୍ଦରଗଡରୁ ବି ଆସିଛି ଏକ ଦୁଃଖଦ ଖବର । ସୁନ୍ଦରଗଡ଼ କୋଇଡା ଭଞ୍ଜପାଲି ଜଙ୍ଗଲରୁ ଜଣେ ୧୬ ବର୍ଷିୟ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳିକା ଜଣଙ୍କ ଗାଁର ସାଧୁ ସିଂଙ୍କ ବଡ ଝିଅ ବୋଲି ଜଣାପଡ଼ିଛି । ଗତକାଲି ଅପରାହରଣରୁ ସେ କୁଆଡେ ପଳାଇ ଯାଇଥିଲେ । ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ଆଜି ସକାଳୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ପରିବାରକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/27/E6DZCcNOAZiGmFdhh439.jpg)