କନକବ୍ୟୁରୋ :  ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରକୁ ଛୁଇଁଛି  । କ୍ରମାଗତ ପାଞ୍ଚ ଦେନ ହେଲା ବିଷ ବଳୟରେ ରହିଛି ଦେଶର ରାଜଧାନୀ ।  ଗତକାଲି ଏକ୍ୟୁଆଇ ବା ବାୟୁ ସୂଚକାଙ୍କ ୪୭୧ ଛୁଇଁବା ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ  କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର ।

Advertisment

ଆଜି ସକାଳ ୮ଟାରୁ ଦିଲ୍ଲୀରେ ଟ୍ରକ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକର ପ୍ରବେଶକୁ ଅନୁମତି ଦିଆଯାଇଛି  । ଏଲଏନଜି, ସିଏନଜି, ଇଲେକ୍ଟ୍ରିକ ଓ ବିଏସ ସିକ୍ସ ଡିଜେଲ ଟ୍ରକକୁ ଦିଲ୍ଲୀରେ ପ୍ରବେଶ ଅନୁମତି ମିଳିବ । ଷଷ୍ଠରୁ ଏକାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ବନ୍ଦ ରହିବ । ଅନଲାଇନରେ ଷଷ୍ଠରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆଜିଠୁ ଆରମ୍ଭ ର ହେବ ସ୍ଥିତି ନିୟନ୍ତ୍ରଣ ହେବା ଯାଏ ।

ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢା ଅନଲାଇନ  ଆରମ୍ଭ ହୋଇସାରିଛି । ସେହିପରି ନଗରପାଳିକା ଓ ଘରୋଇ କାର୍ୟ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଆତିଶୀ ସରକାର ।