କନକବ୍ୟୁରୋ : ଦେଶ ଖୁବଶୀଘ୍ର ମାଓବାଦୀ ମୁକ୍ତ ହେବ । ସେହି ସମୟ ଦୂର ନୁହେଁ ଯେତେବେଳେ ଦେଶରୁ ମାଓବାଦ ଲୋପ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ କିଛି ଦିନ ହେଲା ଛତିଶଗଡ଼ ଓ ମହାରାଷ୍ଟ୍ରରେ ଲଗାତର ଭାବେ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ଗତ ୭୫ଘଣ୍ଟା ଭିତରେ ୩୦୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ ଆତ୍ମସମର୍ପଣକୁ ମନେ ପକାଇ ମୋଦୀ କହିଛନ୍ତି ଯେ ଏବେ ଏହା ବିଶ୍ବାସ କରାଯାଇପାରେ ଯେ ମାଓବାଦ ଏବେ ଇତିହାସ ହେବାକୁ ଲାଗିଲାଣି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶରୁ ମାଓବାଦ ମୂଳପୋଛ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ।
ଖୁବଶୀଘ୍ର ମାଓବାଦ ମୁକ୍ତ ହେବ ଦେଶ : ଗତ ୭୫ଘଣ୍ଟାରେ ଆତ୍ମସମର୍ପଣ କରିଛନ୍ତି ୩୦୩ ମାଓବାଦୀ
ଦେଶ ଖୁବଶୀଘ୍ର ମାଓବାଦୀ ମୁକ୍ତ ହେବ । ସେହି ସମୟ ଦୂର ନୁହେଁ ଯେତେବେଳେ ଦେଶରୁ ମାଓବାଦ ଲୋପ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
/kanak/media/media_files/2025/10/18/20-2025-10-18-11-14-59.jpg)