ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ : ଦିଲ୍ଲୀରୁ ପଲ୍ଲୀ ସବୁଠି ଦେଶାତ୍ମବୋଧର ମାହୋଲ

Advertisment

ଆଉ ମାତ୍ର କିଛି ସମୟ ମଧ୍ୟରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଉ ମାତ୍ର କିଛି ସମୟ ମଧ୍ୟରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

1

କନକ ବ୍ୟୁରୋ : ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ । ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ । ଆଉ ମାତ୍ର କିଛି ସମୟ ମଧ୍ୟରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୨ଥର ପାଇଁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥର, ସାରା ଦେଶରୁ ମନୋନୀତ ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୫ଟି ଗାଁର ସରପଞ୍ଚଙ୍କୁ ଉତ୍ସବରେ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଛି । ଗ୍ରାମୀଣ ଭାରତରେ ପରିମଳ, ନିରାପଦ ପାନୀୟ ଜଳ, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସରପଞ୍ଚମାନଙ୍କୁ ସମ୍ମାନିତ କରାଯିବ । ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସମସ୍ତ ମନୋନୀତ ପଞ୍ଚାୟତକୁ ଓଡିଏଫ୍ ପ୍ଲସ୍ ଏବଂ ଜଳ ଜୀବନ ମିଶନ ଅଧୀନରେ ହର ଘର ଜଳ ଗ୍ରାମ ଘୋଷଣା କରାଯାଇଛି । ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୧ହଜାରରୁ ଅଧିକ ସୁରକ୍ଷା କର୍ମୀ ଏବଂ ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ ନିୟୋଜିତ ହୋଇଛନ୍ତି । ଉଚ୍ଚ କୋଠାଗୁଡ଼ିକରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି । ତଦାରଖ ଦଳଗୁଡ଼ିକ ଛାତ ଉପରୁ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବେ । ଡ୍ରୋନ୍-ବିରୋଧୀ ୟୁନିଟ୍, ସିସି ଟିଭି କ୍ୟାମେରା, ମୁହଁ ଚିହ୍ନଟ ବ୍ୟବସ୍ଥା, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ଏବଂ ପ୍ରଥମ ଥର ପାଇଁ, ଯାନବାହନ ତଳେ ନିରୀକ୍ଷଣ ବ୍ୟବସ୍ଥା  ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି । ଯେକୌଣସି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ପାଇଁ ପାଞ୍ଚଟି ପାର୍କିଂ ସ୍ଥାନରେ ଯାନର ତଳ ପାର୍ଶ୍ୱ ଯାଞ୍ଚ କରାଯିବ ।

-ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ
-ସ୍ୱତନ୍ତ୍ରତାର ଦିନକୁ ନେଇ ସବୁଠି ଉତ୍ସାହର ମାହୋଲ
-ପିଲାଠୁ ବୁଢା ସଭିଏଁ ଦେଶପ୍ରେମରେ ମସଗୁଲ
-ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ
-ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିବେ ନରେନ୍ଦ୍ର ମୋଦୀ
-୮୫ଟି ଗାଁର ସରପଞ୍ଚଙ୍କୁ ଉତ୍ସବରେ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ
-ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା
-୧୧ହଜାରରୁ ଅଧିକ ସୁରକ୍ଷା କର୍ମୀ, ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସ
-ଉଚ୍ଚ କୋଠାଗୁଡ଼ିକରେ ସ୍ନାଇପରମାନଙ୍କୁ ନିୟୋଜିତ କରାଯାଇଛି
-ଡ୍ରୋନ୍-ବିରୋଧୀ ୟୁନିଟ୍, ସିସି ଟିଭି କ୍ୟାମେରା ନଜରରେ ଦିଲ୍ଲୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe