କନକବ୍ୟୁରୋ : ଫଳାଫଳ ପୂର୍ବରୁ କେଜ୍ରିୱାଲଙ୍କ ଜରୁରୀ ବୈଠକ। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ସମସ୍ତ ୭୦ ବିଧାୟକ ପ୍ରାର୍ଥୀଙ୍କୁ ନେଇ କେଜ୍ରିୱାଲଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅପରେସନ୍ ଲୋଟସ୍‌ ଅଭିଯୋଗ ଭିତରେ ବୈଠକ ଡାକିଛନ୍ତି କେଜ୍ରିୱାଲ। ଗତକାଲି ଆପ ସାଂସଦ ସଂଜୟ ସିଂ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଫଳାଫଳ ପୂର୍ବରୁ ଅପରେସନ୍ ଲୋଟସ୍‌ ଆରମ୍ଭ ହୋଇଯାଇଥିବା କହିଥିଲେ ସାଂସଦ  ସଂଜୟ ସିଂ । 

Advertisment

ଆପ ବିଧାୟକ ପାର୍ଥୀଙ୍କୁ ୧୫ କୋଟିରେ କିଣିବାକୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଥିବା କହିଥିଲେ ଆପ ସାଂସଦ । ଆଉ ଆଜି ଏହି ପ୍ରସଙ୍ଗରେ ଜରୁରୀ ବୈଠକ ଡାକିଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଫଳାଫଳ ନେଇ ରାଜଧାନୀରେ ତାତି। କିଏ ହାତେଇବ ଦିଲ୍ଲୀ ଗାଦି ତାହା ଉପରେ ସାରା ଦେଶର ନଜର । ପ୍ରାୟ ସବୁ ବୁଥ ବାହୁଡ଼ା ମତରେ ବିଜେପି ବାଜି ମାରିବା ସ୍ପଷ୍ଟ ହୋଇଛି ।  ହେଲେ ଏଗ୍‌ଜିଟ୍ ପୋଲକୁ ମାନୁ ନାହିଁ ଆମ ଆଦମୀ ପାର୍ଟି । ଆଉ ଏବେ ଆଣିଛି ଘୋଡ଼ାବେପାର ଅଭିଯୋଗ । 

ଜନାଦେଶକୁ ନେଇ କାଉଣ୍ଟଡାଉନ୍‌
ଦିଲ୍ଲୀ ସିଂହାସନ କାହାର?
ଦିଲ୍ଲୀରେ ବଡ଼ ହଲଚଲ
'ଆପ'କୁ ଘୋଡ଼ାବେପାର ଭୟ!
ଆମ ଆଦମୀ ପାର୍ଟିକୁ ଘୋଡ଼ାବେପାର ଭୟ!
ଅପରେସନ୍ ଲୋଟସ୍ ଅଭିଯୋଗ ଆଣିଲେ ଆପ୍‌ ସାଂସଦ
ସଂଜୟ ସିଂହଙ୍କ ଅଭିଯୋଗ ପରେ କେଜ୍ରିୱାଲଙ୍କ ଜରୁରୀ ବୈଠକ
ଆପ୍‌ ନେତାଙ୍କୁ ୧୫ କୋଟିର ଅଫର ଦିଆଯାଉଥିବା ଅଭିଯୋଗ
୭୦ ବିଧାୟକ ପ୍ରାର୍ଥୀଙ୍କୁ ବୈଠକ ପାଇଁ ଡାକିଲେ କେଜ୍ରିୱାଲ
କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା