କନକ ବ୍ୟୁରୋ : ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ । ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଏହି ବୈଠକ ବସୁଛି । ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଟେରର କ୍ୟାମ୍ପରେ ହମଲା କରିଥିଲା ଭାରତ । ଆତଙ୍କବାଦ ବିରୋଧରେ ଭାରତର ଏହି ଜବରଦସ୍ତ ଅପରେସନରେ ଦେଶର ତିନିବାହିନୀ ଦେଖାଇଥିଲେ ଦମ୍ । ଅପରେସନ୍ ସିନ୍ଦୂରକୁ ନେଇ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବା ଲାଗି ଦାବି କରିଆସୁଛନ୍ତି ବିରୋଧୀ । ଅପରେସନ ସିନ୍ଦୂର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଟାର୍ଗେଟ କରିଆସୁଛନ୍ତି ।
ସେହିପରି ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ବି ବିରୋଧୀ ପ୍ରସଙ୍ଗ କରିଆସୁଛନ୍ତି । ଏହା ସହ ଚଳିତ ମାସରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଶେଷ ହେଉଥିବାରୁ ଏହି ପ୍ରସଙ୍ଗରେ ବି ବୈଠକରେ ଆଲୋଚନା ହେବ । ପ୍ରତି ୩ ମାସରେ ଥରେ ମନ୍ତ୍ରୀ ପରିଷଦ ବୈଠକ ବସିଥାଏ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରମୁଖ ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ ।