କନକ ବ୍ୟୁରୋ : ରାସନ ପାଇଁ ସଂଘର୍ଷ। ମାଗଣା ଚାଉଳ ପାଇଁ ଯିବାକୁ ପଡୁଛି ୫୦ କିଲୋମିଟର। ଆଉ ଏଥିପାଇଁ ଖର୍ଚ୍ଚ ହେଉଛି ୫ ଶହ ଟଙ୍କା। ରାସନ ଚାଉଳ ପାଇଁ ଏପରି ସଂଘର୍ଷ କରୁଛନ୍ତି ଗଞ୍ଜାମ ଆସିକା ଧରାକୋଟ ବ୍ଳକ ବଳରାମପୁର ପଞ୍ଚାୟତର ଝିରିଝିରା ଗାଁ ଲୋକ। ଗାଁଠାରୁ ୫୦ କିଲୋମିଟରରୁ ଅଧିକ ବାଟ ଗଲେ ପଡେ ପଞ୍ଚାୟତ ଅଫିସ। ଗାଁକୁ ରାସ୍ତା ନଥିବାରୁ ଘାଟି ରାସ୍ତାରେ ଚଢି ପଞ୍ଚାୟତକୁ ଆସି ଚାଉଳ ନେଉଛନ୍ତି। ପୁଣି ପଞ୍ଚାୟତରେ ମିଳୁଥିବା ଚାଉଳକୁ ନେବାରେ ସମର୍ଥ ନହେବାରୁ ଅନେକ ବିକ୍ରି କରି ଦେଉଛନ୍ତି। ଯିଏ ଚାଉଳ ନେଉଛି ତାଙ୍କୁ ଅଟୋ ଭଡା ୫୦୦ ଅଧିକ ଟଙ୍କା ଦେବାକୁ ପଡୁଛି।