କନକ ବ୍ୟୁରୋ: ଶ୍ମଶାନରୁ ଗାୟବ୍ ହେଉଛି ଶବ। ପୋତିବାର କିଛି ଦିନ ଭିତରେ ମାଟି ତଳୁ ଗାଏବ୍ ହେଉଛି ଶବ। ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସୋଲମପୁର ଗାଁ ମଶାଣିରେ। ସୂଚନା ଅନୁଯାୟୀ, ଭଣ୍ଡାରିପୋଖରୀ ଥାନା ମଣିନାଥପୁର ସୋଲମପୁର ବୈତରଣୀ ନଦୀକୂଳ ସ୍ବର୍ଗଦ୍ଵାର ଗ୍ରାମ ଶ୍ମଶାନରୁ ଗତ ସୋମବାର ରାତିରେ ୪ଟି ମୃତଦେହ ଚୋରି ହୋଇଥିବା ଜଣାପଡ଼ିଛି । ଗତ କିଛି ମାସ ମଧ୍ୟରେ ମୃତ୍ୟୁ ଘଟିଥିବା ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡ଼ା, ଶତ୍ରୁଘ୍ନ ଦାସ ଏବଂ ପ୍ରମିଳା ଦାସଙ୍କ ଶବ ଗାୟବ୍ ହୋଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ମଶାଣିରୁ ଶବ ଗାୟବ୍
ମଶାଣିରେ ଗାତ ଖୋଳାଯାଇଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ
ଗାଁର ଅଧିକାଂଶ ଲୋକ ମୃତଦେହକୁ ନପୋଡ଼ି ଗାତ ଖୋଳି ପୋତି ଦେଇଥାନ୍ତି
ପିଢ଼ି ପରେ ପିଢ଼ି ଏଭଳି ପ୍ରଥା ଗ୍ରାମରେ ପ୍ରଚଳିତ
୨୦୧୭ରେ ମୃତଦେହ ଚୋରି ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା
ପ୍ରଧାନଶିକ୍ଷକ ବାସୁଦେବ ଦାସଙ୍କ ମୃତଦେହ ଚୋରି ହୋଇଥିଲା
ଏନେଇ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଥିଲା
ପରେ ୨୦୨୩ ଏବଂ ଚଳିତ ବର୍ଷ ଏପ୍ରିଲ ମାସରେ ସମାନ ଅଭିଯୋଗ ଆସିଥିଲା
ମୃତଦେହ ଚୋରି ପଛରେ ଆନ୍ତଃରାଜ୍ୟ ରାକେଟ୍ଙ୍କ ହାତ ଥିବା ସନ୍ଦେହ
କିଏ କେଉଁ ଉଦ୍ଦେଶ୍ୟରେ ମୃତଦେହ ନେଉଛି?
ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ଦାବି