ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପେରେଟର ; ଦୁର୍ଗା ପୂଜା ମଣ୍ଡପ ବୁଲିଯିବାକୁ ଜଣାଇଲେ ନିମନ୍ତ୍ରଣ

ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଦୂର୍ଗା ପୂଜା ମଣ୍ଡପ ବୁଲିବାକୁ ନିମନ୍ତ୍ରଣ ଲାଗି ଆସିଥିବା କହିଛନ୍ତି

34n

କନକ ବ୍ୟୁରୋ:  ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ବିରୋଧ କରିଥିଲେ । ଏହାପରେ ଏକାଠି ପୁରୀ ଲୋକନାଥ ମନ୍ଦିର ଯାଇଥିଲେ । ଏବେ ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ ଚର୍ଚ୍ଚା ବଢିବାରେ ଲାଗିଛି ।  ନବୀନଙ୍କୁ ଭେଟିବା ପରେ କର୍ପୋରେଟରମାନେ ଏପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ବେଳେ ଦୂର୍ଗା ପୂଜା ମଣ୍ଡପ ବୁଲିବାକୁ ନିମନ୍ତ୍ରଣ ଲାଗି ଆସିଥିବା କହିଛନ୍ତି । ନବୀନ ମଧ୍ୟ ପୂଜା ମଣ୍ଡପ ବୁଲିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି କର୍ପୋରେଟର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe