କନକ ବ୍ୟୁରୋ: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ବିରୋଧ କରିଥିଲେ । ଏହାପରେ ଏକାଠି ପୁରୀ ଲୋକନାଥ ମନ୍ଦିର ଯାଇଥିଲେ । ଏବେ ନବୀନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ ଚର୍ଚ୍ଚା ବଢିବାରେ ଲାଗିଛି । ନବୀନଙ୍କୁ ଭେଟିବା ପରେ କର୍ପୋରେଟରମାନେ ଏପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ବେଳେ ଦୂର୍ଗା ପୂଜା ମଣ୍ଡପ ବୁଲିବାକୁ ନିମନ୍ତ୍ରଣ ଲାଗି ଆସିଥିବା କହିଛନ୍ତି । ନବୀନ ମଧ୍ୟ ପୂଜା ମଣ୍ଡପ ବୁଲିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି କର୍ପୋରେଟର ।