କନକ ବ୍ୟୁରୋ : କ୍ଷେତକୁ ଯିବା ରାସ୍ତାରେ ବାରହା ପାଇଁ ବିଛାଯାଇଥିଲା କରେଣ୍ଚ । ସେହି କରେଣ୍ଟରେ ଲାଗି ଜଣେ ବାଇକ ଆରୋହୀ ମୃତ । ମୃତକ ଜଣକ ରେଢ଼ାଖୋଲ ଉପକଣ୍ଡ ନାକଟିଦେଉଳ ଥାନା ନେଭେରାପାଳ ଗାଁର ୪୫ ବର୍ଷୀୟ ଭକ୍ତବନ୍ଧୁ ନାୟକ । ଚାଷ କାମ ପାଇଁ କ୍ଷେତକୁ ବାଇକ୍ ଧରି ଯାଉଥିବାବେଳେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଛନ୍ତି ଭକ୍ତବନ୍ଧୁ । ସେହିପରି ଗାଁର କିସରୀ ନାୟକ ଓ ବାସୁ ଗରିଆ ବାଇକ୍ରୁ ଛିଟିକି ପଡ଼ି ଗୁରୁତର ହୋଇ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ଇଲେକ୍ଟ୍ରି କରେଣ୍ଟରେ ଲାଗି ଦୁର୍ଘଟଣା ଘଟିବା ପରେ ଖବର ଦେବା ପରେ ମଧ୍ୟ ଘଟଣା ସ୍ଥଳକୁ କେହି ଇଲେକ୍ଟ୍ରି କର୍ମଚାରୀ ଆସିନଥିଲେ । ଶବବ୍ୟବଚ୍ଛେଦ ପରେ ଉପଯୁକ୍ତ କ୍ଷତିପୂରଣ ଓ ଘଟଣାର ଦୋଷୀଙ୍କୁ ଶୀଘ୍ର ଗିରଫ ନକରାଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମୃତ ଭକ୍ତ ବନ୍ଧୁଙ୍କ ପରିବାର ଓ ଗ୍ରାମବାସୀ କହିଛନ୍ତି ।
ବାରହା ପାଇଁ ବିଛାଯାଇଥିଲା କରେଣ୍ଚ ; ଚାଲିଗଲା ମଣିଷ ଜୀବନ
କ୍ଷେତକୁ ଯିବା ରାସ୍ତାରେ ବାରହା ପାଇଁ ବିଛାଯାଇଥିଲା କରେଣ୍ଚ । ସେହି କରେଣ୍ଟରେ ଲାଗି ଜଣେ ବାଇକ ଆରୋହୀ ମୃତ । ମୃତକ ଜଣକ ରେଢ଼ାଖୋଲ ଉପକଣ୍ଡ ନାକଟିଦେଉଳ ଥାନା ନେଭେରାପାଳ ଗାଁର ୪୫ ବର୍ଷୀୟ ଭକ୍ତବନ୍ଧୁ ନାୟକ ।
/kanak/media/media_files/2024/10/30/XGdchYoenBMrt8vqgXjD.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)