କନକ ବ୍ୟୁରୋ : ମଣ୍ଡିରେ କଟନୀ ଛଟନୀ କଥାକୁ ସ୍ବୀକାର କଲେ ସମବାୟ ମନ୍ତ୍ରୀ । କହିଲେ ଅଦିନିଆ ବର୍ଷା ଯୋଗୁଁ କମିଛି ଧାନର ମାନ । ଅଳ୍ପ କାଟିଲେ ବି ୩୧ଶହ ଟଙ୍କା ମିଳୁଥିବାରୁ ଧାନ ବିକିବାକୁ ରାଜି ହେଉଛନ୍ତି ଚାଷୀ । ବାହାରେ ବିକିଲେ 2100 ରୁ 2200 ଟଙ୍କା ମିଳିବ। ସେଥିପାଇଁ କିଛି କାଟିଲେ ବି ଚାଷୀ ଧାନ ବିକ୍ରି କରୁଛନ୍ତି ।

Advertisment

ରାଜ୍ୟ ସରକାର ପ୍ରାୟ 30 ହଜାର ଟନ ଧାନ କିଣି ସାରିଲେଣି । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ସମସ୍ୟାକୁ ସରକାର ନଜରରେ ରଖିଛନ୍ତି । ଅଦିନିଆ ବର୍ଷା ପାଇଁ ମାନ କମିଥିବାରୁ କିଛି ଜାଗାରେ କଟନି ଛଟନି ହେଉଛି । ଯେଉଁଠି ଅଧିକାରୀ ଅବହେଳା କରିଛନ୍ତି କାର୍ଯ୍ୟନୁଷ୍ଠାନ ହେଉଛି । ଯଦି ମିଲରଙ୍କ ବିରୋଧରେ ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।