ସମ୍ବଲପୁର ଜମନକିରାରେ ଜଳିଗଲା କଣ୍ଟେନର ଓ ଟ୍ରକ: ଜୀବନ୍ତ ଜଳିଗଲେ କଣ୍ଟେନର ଓ ଟ୍ରକ ଡ୍ରାଇଭର

Advertisment

ଜଳିଗଲେ ଦୁଇ ଡ୍ରାଇଭର। ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥର କଦଳୀପାଳ ନିକଟରେ କଣ୍ଟେନର ଓ ଆଇରନ ଗାଡି ମଧ୍ୟରେ ସାମ୍ନା ସାମ୍ନି ଧକ୍କା ହେବା ପରେ ହଠାତ୍ ନିଆଁ ଲାଗିଥିଲା।

fe

କନକ ବ୍ୟୁରୋ: ଜଳିଗଲେ ଦୁଇ ଡ୍ରାଇଭର। ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥର କଦଳୀପାଳ ନିକଟରେ କଣ୍ଟେନର ଓ ଆଇରନ ଗାଡି ମଧ୍ୟରେ ସାମ୍ନା ସାମ୍ନି ଧକ୍କା ହେବା ପରେ ହଠାତ୍ ନିଆଁ ଲାଗିଥିଲା। ଯେଉଁଥିରେ ଉଭୟ ଟ୍ରକ୍ ଓ କଣ୍ଟେନର ଡ୍ରାଇଭର ଜୀବନ୍ତ ଦଗ୍ଦ ହୋଇଯାଇଥିବା ସୂଚନା ମିଳିଛି। ସେପଟେ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ହେଲପରଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ କଣ୍ଟେନର ଡ୍ରାଇଭର ହେଉଛନ୍ତି ରେହମାନ ଖାନ। ଦୁର୍ଘଟଣା ପରେ ଜମନକିରା ପୋଲିସ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଜାମ ହୋଇଥିବା ବେଳେ, ଉଭୟ ପଟେ ଗାଡି ମଟର ଛିଡା ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe