କନକ ବ୍ୟୁରୋ : ବାଲେଶ୍ୱରରେ ୯ ଏକର ଜାଗାରେ ୧୬ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଛି ପାର୍କ । କିନ୍ତୁ କାମ କିଏ କରୁଛି, କେବେ ସରିବ, ସେନେଇ କାହା ପାଖରେ କିଛି ତଥ୍ୟ ନାହିଁ । କୌଣସି ସୂଚନା ଫଳକ ବି ଲାଗିନି । ଲୋକ ପ୍ରତିନିଧି ବି କିଛି ଜାଣିନାହାନ୍ତି । ସୂଚନା ଅଧିକାର ଆଇନରେ ବି ତଥ୍ୟ ମିଳୁନି। କିନ୍ତୁ କାମ ଚାଲିଛି। ବୁଢ଼ାବଳଙ୍ଗ ନଦୀପାର୍ଶ୍ବରେ ୨୦୨୨ ମସିହାରେ ଅତ୍ୟାଧୁନିକ ପାର୍କ ନିର୍ମାଣ ଆରମ୍ଭ ହୋଇଥିଲା । ପାର୍କରେ ୩ଟି ଫୁଡ୍ ଜୋନ୍, ୨ଟି ଶୌଚାଳୟ, ପାଚେରି, ଫୁଟ୍ପାଥ୍, ଡ୍ରେନ୍, ଲାଇଟ୍, ବେଞ୍ଚ୍, ପାଣି ଫୁଆରା, ଘାସଲନ୍ ଓ ବିଭିନ୍ନ ଗଛ ରହିବ । ୨ ବର୍ଷ ଗଲାଣି । କେବଳ ଖାଲ ପୋତାଯିବା ସହ ଶୌଚାଳୟ ଓ ଗେଟ୍ ନିର୍ମାଣ ହୋଇଛି । ୨୦ ପ୍ରତିଶତ କାମ ସରିନାହିଁ, କାମ ସମ୍ପୂର୍ଣ୍ଣ ହେବାର ଅବଧି କିନ୍ତୁ ସରିଲାଣି। । ଏନେଇ RTIରେ ତଥ୍ୟ ମିଳୁନି । ତେବେ ପାର୍କ ରକ୍ଷଣାବେକ୍ଷଣ ପାଇଁ ପୌରପାଳିକାକୁ 1 କୋଟି ଟଙ୍କା ଆସିଥିବା ପୌର ଅଧ୍ୟକ୍ଷା କହିଛନ୍ତି ।
ପାର୍କ ପ୍ରକଳ୍ପରେ ୩ କୋଟି ୯୨ ଲକ୍ଷ ଟଙ୍କାର କାମ ସାରିଲାଣି । ୧ କୋଟି ୨୬ ଲକ୍ଷ ୮୧ ହଜାର ୯୧୩ ଟଙ୍କାରେ ଆଗକୁ ପେଭର ବ୍ଲକ, ଡ୍ରେନେଜ୍ ଓ ପାର୍କିଂ କାମ ହେବ। ତେବେ କାମ ସମ୍ପର୍କରେ ଜଳସମ୍ପଦ ବିଭାଗ କି ପ୍ରଶାସନିକ ଅଧିକାରୀ, କେହି ତଥ୍ୟ ଦେଇପାରୁନାହାନ୍ତି । ରେମୁଣା ନିର୍ବାଚନମଣ୍ଡଳୀ ଅଧୀନରେ ଯାଉଥିବା ଏହି ପାର୍କ ନିର୍ମାଣ ପୂର୍ବତନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା । ଠିକାଦାର ବିଲ୍ ପାଇନଥିବା ତାଙ୍କ ନଜରକୁ ଆସିଛି ବୋଲି ରେମୁଣା ବିଧାୟକ କହିଛନ୍ତି । ଉପଜିଲ୍ଲାପାଳ କହିଛନ୍ତି, ଫଳକ ଲଗାଯିବା ଉପରେ ଗୁରୁତ୍ବ ଦିଆଯିବ । ତେବେ ବିଭିନ୍ନ କାରଣ ପାଇଁ କାମ ଧିମେଇଥିଲା । ତଥାପି କିଛି କାମ ହୋଇଛି । ଏବେ ସମ୍ପୂର୍ଣ୍ଣ କାମ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଜଳସମ୍ପଦ ବିଭାଗର କହିବା କଥା, ଯେଉଁଟାକୁ ପାର୍କ କୁହାଯାଉଛି, ତାହା ରିଭରବ୍ୟାଙ୍କ ଡେଭଲପମେଣ୍ଟ ପ୍ରୋଜେକ୍ଟ ନାମରେ କାମ ହେଉଛି । ତେବେ କାମ କେବେ ସରିବ, ତାକୁ ହିଁ ଅପେକ୍ଷା ।
୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି ସ୍ମାର୍ଟ ପାର୍କ । କିଏ କରୁଛି, କେବେ ସରିବ, ସେନେଇ କାହା ପାଖରେ ନାହିଁ ତଥ୍ୟ..
ସୂଚନା ଫଳକ ନଥାଇ ଚାଲିଛି କାମ । ପ୍ରଶାସନ କହିଲା, ଫଳକ ଲଗାଯିବା ଉପରେ ଦିଆଯିବ ଗୁରୁତ୍ବ ।
/kanak/media/media_files/2025/01/15/k8KiZMcKubG0TJa0hhPM.jpg)