କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇଦେଇଥିଲା: ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ

Advertisment

ସମ୍ବଲପୁରରେ ପୋଲିସକୁ ଆକ୍ରମଣ କରିଥିବା ଅପରାଧୀକୁ ଏନକାଉଣ୍ଟର। ପେସାଦାର ଅପରାଧୀ କମଲୁ ପ୍ରଧାନ କିଛି ଦିନ ତଳେ ଜଣେ କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା। ଏହାପରେ ପୋଲିସ ସହ ଲୁଚକାଳି ଖେଳ ଖେଳିବା ପରେ ଶେଷରେ ପୋଲିସ ଏନକାଉଣ୍ଟରରେ ଗୁରୁତର ହୋଇଛି କମଲୁ।

ସମ୍ବଲପୁରରେ ପୋଲିସକୁ ଆକ୍ରମଣ କରିଥିବା ଅପରାଧୀକୁ ଏନକାଉଣ୍ଟର। ପେସାଦାର ଅପରାଧୀ କମଲୁ ପ୍ରଧାନ କିଛି ଦିନ ତଳେ ଜଣେ କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା। ଏହାପରେ ପୋଲିସ ସହ ଲୁଚକାଳି ଖେଳ ଖେଳିବା ପରେ ଶେଷରେ ପୋଲିସ ଏନକାଉଣ୍ଟରରେ ଗୁରୁତର ହୋଇଛି କମଲୁ।

b ngg

କନକ ବ୍ୟୁରୋ: ସମ୍ବଲପୁରରେ ପୋଲିସକୁ ଆକ୍ରମଣ କରିଥିବା ଅପରାଧୀକୁ ଏନକାଉଣ୍ଟର। ପେସାଦାର ଅପରାଧୀ କମଲୁ ପ୍ରଧାନ କିଛି ଦିନ ତଳେ ଜଣେ କନେଷ୍ଟବଳଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା। ଏହାପରେ ପୋଲିସ ସହ ଲୁଚକାଳି ଖେଳ ଖେଳିବା ପରେ ଶେଷରେ ପୋଲିସ ଏନକାଉଣ୍ଟରରେ ଗୁରୁତର ହୋଇଛି କମଲୁ।

ପୋଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ବୁର୍ଲା ପୋଲିସ ଏନକାଉଣ୍ଟର କରିଛି । ହସ୍ପିଟାଲ ବେଡରେ ପଡିଥିବା ଏହି ପେଶାଦାର ଅପରାଧୀ ହେଉଛି କମଲୁ ପ୍ରଧାନ। ବୁର୍ଲା ଥାନା ଅଧିକାରୀ ଅନୀଲ ପ୍ରଧାନଙ୍କ ଗୁଳି କମଲୁ ଗୋଡରେ ବାଜିବାରୁ ଆହତ ହୋଇଛି । ପୋଲିସ ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏହି ଏନକାଉଣ୍ଟର ସହ ଗତ ୬ ଦିନ ହେଲା ପୋଲିସ ସହ କମଲୁର ଲୁଚକାଳି ଖେଳରେ ପୂର୍ଣ୍ଣଛେଦ ପଡିଛି ।  

କୌଣସି ସୂତ୍ରରୁ କମଲୁ କଟାପାଲି ନିକଟ ଜଙ୍ଗଲରେ ଲୁଚିଥିବା ଖବର ପାଇ ଧରିବାକୁ ପହଞ୍ଚିଥିଲା ପୋଲିସ ଟିମ। ଜଙ୍ଗଲରେ ମଧ୍ୟ ଦୁର୍ଦ୍ଦାନ୍ତ କମଲୁ ପୋଲିସକୁ ପୁଣି ଆକ୍ରମଣ କରିଥିଲା। ଅଭିଯୁକ୍ତର ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ତୁରନ୍ତ ଜଙ୍ଗଲରେ କମଲୁଙ୍କୁ ଏନକାଉଣ୍ଟର କରିଥିଲେ ବୁର୍ଲା ଥାନା ଅଧିକାରୀ। କମଲୁ ଓ ଆହତ ଏସଆଇ ଦେବାଶିଷ ଖିଲାରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଅକ୍ଟୋବର ୪ ତାରିଖରେ ଝରାପାଲି ଗାଁରେ ଏକ ଦାମ୍ପତିଙ୍କ ବିବାଦର ସମାଧାନ ପାଇଁ ଯାଇଥିଲେ ବୁର୍ଲା ଥାନା ପୋଲିସ ଟିମ୍। ସେହି ସମୟରେ କନେଷ୍ଟବଳ ସରୋଜ ଭୋଇ ଅଭିଯୁକ୍ତ ସ୍ୱାମୀ କମଲୁକୁ ଧରିବାକୁ ଚେଷ୍ଟା କରିଥିଲେ । ଏକ ଭୁଜାଲିରେ ସରୋଜଙ୍କ ହାତକୁ ହାଣି କମଲୁ ଫେରାର ହେବାପରେ ଲୁଚି ଲୁଚି ରହୁଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe