କନକବ୍ୟୁରୋ : କେଉଁ ପଡିଆରେ ହେବ କଟକ ବାଲିଯାତ୍ରା, ତୁଟିଲା ବିବାଦ । ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସବୁବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ ।
ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ଏଥର ରାସ୍ତା କଡ କିମ୍ବା ଫୁଟପାଥ ଉପରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କରିଛନ୍ତି ହାଇକୋର୍ଟ । ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରୁଛି ପ୍ରଶାସନ । ଗ୍ରୀନ କରିଡର ବାବଦରେ କଟକ ଜିଲ୍ଲାପାଳ କୋର୍ଟଙ୍କୁ ଅବଗତ କରିଛନ୍ତି ।