ଗଜପତିରେ ଚିନ୍ତା ବଢ଼ାଉଛି ଦାଦନ, ଶ୍ରମ ବିଭାଗ ପାଖେ ନାହିଁ ଦାଦନ ଶ୍ରମିକଙ୍କ ତଥ୍ୟ

Advertisment

ସେଥରୁ ମାତ୍ର ୩୫ ଜଣ ଶ୍ରମିକ ବାହାର ରାଜ୍ୟକୁ କାମ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ୧୪ଟି ଦାଦନ ମୃତ୍ୟୁର ଖବର ଆସିଛି । ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ସେଥିମଧ୍ୟରୁ ୨ ଜଣଙ୍କ ଅଙ୍ଗ କଟି ପଙ୍ଗୁ ପାଲଟି ଯାଇଛନ୍ତି ।

ସେଥରୁ ମାତ୍ର ୩୫ ଜଣ ଶ୍ରମିକ ବାହାର ରାଜ୍ୟକୁ କାମ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ୧୪ଟି ଦାଦନ ମୃତ୍ୟୁର ଖବର ଆସିଛି । ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ସେଥିମଧ୍ୟରୁ ୨ ଜଣଙ୍କ ଅଙ୍ଗ କଟି ପଙ୍ଗୁ ପାଲଟି ଯାଇଛନ୍ତି ।

25

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ଦାଦନ ଏକ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ଶ୍ରମ ବିଭାଗ ତଥ୍ୟ ଅନୁସାରେ, ୯୦ ହଜାରରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଛନ୍ତି । ସେଥରୁ ମାତ୍ର ୩୫ ଜଣ ଶ୍ରମିକ ବାହାର ରାଜ୍ୟକୁ କାମ କରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ୧୪ଟି ଦାଦନ ମୃତ୍ୟୁର ଖବର ଆସିଛି । ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ସେଥିମଧ୍ୟରୁ ୨ ଜଣଙ୍କ ଅଙ୍ଗ କଟି ପଙ୍ଗୁ ପାଲଟି ଯାଇଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା । ଜିଲ୍ଲାର ୭ଟି ବ୍ଲକରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରମିକ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କେଉଁଠି ଦିନ ମଜୁରିଆ ଭାବେ ତ’ ଆଉ କେଉଁଠି କାରଖାନାରେ ବିପଦସଙ୍କୁଳ କାମରେ ନିୟୋଜିତ ହୋଇ ନିଜ ଜୀବନ ହାରୁଛନ୍ତି । 

ସେପଟେ ବିଭାଗ ପକ୍ଷରୁ ଏନେଇ ସଚେତନତା କରାଯାଉଛି । ହେଲେ ଠିକାଦାର କି ଶ୍ରମିକ ନିଜ ଆଡ଼ୁ ପଞ୍ଜୀକରଣ କରୁନାହାନ୍ତି । ଜିଲ୍ଲା ଶ୍ରମ ବିଭାଗ ପାଖରେ ତଥ୍ୟ ରହୁନଥିବାରୁ କିଛି ଅଘଟଣ ଘଟିଲେ ଶ୍ରମିକ ମାନେ ସରକାରୀ ସହାୟତା ରାଶି, କ୍ଷତିପୂରଣ କିମ୍ବା ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ସବୁଠୁ ବଡ଼ କଥା ରାଜ୍ୟ ସରକାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସେମାନେ କରୁନାହାନ୍ତି । ଫଳରେ ଦାଦନ ଶ୍ରମିକଙ୍କ ପ୍ରକୃତ ତଥ୍ୟ ରହୁନଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଭାରତୀ ବେହେରା ।

କେବେ ଦାଦନ ମୁକ୍ତ ହେବ ଓଡ଼ିଶା? ଆଉ କେତେ ଶ୍ରମିକ ମଲେ ଚେତିବ ଶ୍ରମ ବିଭାଗ? କେଉଁଠି ରହୁଛି ତ୍ରୁଟି? ଏସବୁ ପ୍ରଶ୍ନର ଉତ୍ତର ସହ ରାଜ୍ୟରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe