ଦିନରେ ୩ଥର ବଦଳେ ଶିବ ମନ୍ଦିର କୂଅର ପାଣି : ତ୍ରେତୟାରେ ପୂଜା କରୁଥିଲେ ରାବଣ

Advertisment

ଆଜି ଫାଲଗୁନ ମହାଶିବରାତ୍ରି । ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ସବୁଠୁ ପ୍ରିୟ ଦିନ । ଆଜି ପବିତ୍ର ଦିନରେ ମନୋବାଞ୍ଛିତ ଫଳ ପାଇବାକୁ ମହାଦେବଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । ସବୁ ଶିବାଳୟରେ ପ୍ରବଳ ଭିଡ଼ ସାଙ୍ଗକୁ ଗୁଞ୍ଜରି ଉଠୁଛି ଶିବ ମନ୍ତ୍ର, ପଢ଼ାହେଉଛି ଶିବ ପୁରାଣ । ଏହି କ୍ରମରେ ଜାଣିବା ଏପରି ଏକ ଶିବ ପୀଠ ଯାହା ପରିସରରେ ଥିବା ଶିବ ପୀଠରେ ଥିବା କୂଅର ପାଣିର ରଙ୍ଗ ଦିନକୁ ୩ଥର ବଦଳେ  ।

ଆଜି ଫାଲଗୁନ ମହାଶିବରାତ୍ରି । ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ସବୁଠୁ ପ୍ରିୟ ଦିନ । ଆଜି ପବିତ୍ର ଦିନରେ ମନୋବାଞ୍ଛିତ ଫଳ ପାଇବାକୁ ମହାଦେବଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । ସବୁ ଶିବାଳୟରେ ପ୍ରବଳ ଭିଡ଼ ସାଙ୍ଗକୁ ଗୁଞ୍ଜରି ଉଠୁଛି ଶିବ ମନ୍ତ୍ର, ପଢ଼ାହେଉଛି ଶିବ ପୁରାଣ । ଏହି କ୍ରମରେ ଜାଣିବା ଏପରି ଏକ ଶିବ ପୀଠ ଯାହା ପରିସରରେ ଥିବା ଶିବ ପୀଠରେ ଥିବା କୂଅର ପାଣିର ରଙ୍ଗ ଦିନକୁ ୩ଥର ବଦଳେ  ।

Dudheswar mahadev

କନକ ବ୍ୟୁରୋ: ଆଜି ଫାଲଗୁନ ମହାଶିବରାତ୍ରି । ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ସବୁଠୁ ପ୍ରିୟ ଦିନ । ଆଜି ପବିତ୍ର ଦିନରେ ମନୋବାଞ୍ଛିତ ଫଳ ପାଇବାକୁ ମହାଦେବଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । ସବୁ ଶିବାଳୟରେ ପ୍ରବଳ ଭିଡ଼ ସାଙ୍ଗକୁ ଗୁଞ୍ଜରି ଉଠୁଛି ଶିବ ମନ୍ତ୍ର, ପଢ଼ାହେଉଛି ଶିବ ପୁରାଣ । ଏହି କ୍ରମରେ ଜାଣିବା ଏପରି ଏକ ଶିବ ପୀଠ ଯାହା ପରିସରରେ ଥିବା ଶିବ ପୀଠରେ ଥିବା କୂଅର ପାଣିର ରଙ୍ଗ ଦିନକୁ ୩ଥର ବଦଳେ  ।

ଉତ୍ତରପ୍ରଦେଶ ଗାଜିଆବାଦରେ ପୂଜା ପାଉଛନ୍ତି ବାବା ଦୁଧେଶ୍ବରନାଥ । ଅତି ପ୍ରାଚୀନ ମନ୍ଦିର ମଧ୍ୟରେ ଅନ୍ୟତମ । କୁହାଯାଉଛି, ଏହି ପୀଠରେ ଲଙ୍କାପତି ରାବଣଙ୍କ ପିତା ବିଶ୍ବଶ୍ରବା କଠୋର ତପସ୍ୟା କରିଥିଲେ । ରାବଣ ମଧ୍ୟ ଏହିଠାରେ ମହାଦେବଙ୍କ ଆରାଧନା କରିଥିଲେ । ଏହି ପୀଠ ଦେଇ ପ୍ରବାହିତ ନଦୀର ନା ପ୍ରକୃତରେ ହରନନ୍ଦୀ ଥିବାବେଳେ କାଳକ୍ରମେ ତାହା ଅପଭ୍ରଂସ ହୋଇ ହିଣ୍ଡନ ନଦୀ ହୋଇଯାଇଛି । ତଥ୍ୟ କୁହେ, ଦୁଧେଶ୍ବର ବାବାଙ୍କ ମନ୍ଦିରକୁ ଛତ୍ରପତି ଶିବାଜୀ ନିର୍ମାଣ କରାଇଥିଲେ । 

 ଏଠିକାର ମହାଦେବଙ୍କ ନାଁ ଦୁଧେଶ୍ବର ହେବା ପଛରେ ବି ଏକ କଥା ପ୍ରଚଳିତ ଅଛି । କୁହାଯାଏ, ପାଖରେ ଥିବା କୈଲା ଗାଁରୁ ଜୋରୁ ଚରିବାକୁ ପଡ଼ିଆକୁ ଆସୁଥିବାବେଳେ ଏକ ନିର୍ଦ୍ଦଷ୍ଟ ସ୍ଥାନରେ ରେ କ୍ଷୀର ଆପେ ଆପେ ଦିଏ । ଏକଥା କିଛି ଲୋକଙ୍କ ନଜରରେ ପଡ଼ିବାରୁ ସେମାନେ ଆସି ସେହି ସ୍ଥାନରେ ଖୋଳାଖୋଳି କରବାରୁ ଏକ ଲିଙ୍ଗ ବାହାରିଥିଲା। ସେବେଠାରୁ ତାଙ୍କୁ ସେହିଠାରେ ହିଁ ପୂଜା କରାଗଲା । ସମୟ କ୍ରମେ ସେଠାରେ ମନ୍ଦୀର ନିର୍ମାଣ କରାଗଲା। ଏବଂ ମହାଦେବଙ୍କୁ ଲୋକେ ଦୁଧେଶ୍ବର ବୋଲି ସମ୍ବୋଧନ କଲେ । 

 ଏଠିକାର ଏକ ଆଶ୍ଚର୍ଯ୍ୟ ହେଉଛି ମନ୍ଦିର ପରିସରରେ ଥିବା କୂଅ  । କୁହାଯାଏ ଏହି କୂଅର ପାଣିର ରଙ୍ଗ  ଦିନକୁ ୩ ଥର ବଦଳିଥାଏ । ତେଣୁ ଦୂରଦୂରାନ୍ତରୀ ଶ୍ରଦ୍ଧାଳୁ ଏହି କୂଅକୁ ଦେଖିବାକୁ ଓ ପୂଜା କରିବାକୁ ଆସନ୍ତି । କୂଅ ଚାରିପଟେ ରହିଛି ଶ୍ରୀଗଣେଶ, ମା’ ଲକ୍ଷ୍ମୀ, ଅନ୍ନପୂର୍ଣ୍ଣାଙ୍କ ପ୍ରତିମା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe