କନକ ବ୍ୟୁରୋ: ଆଜି ଫାଲଗୁନ ମହାଶିବରାତ୍ରି । ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ସବୁଠୁ ପ୍ରିୟ ଦିନ । ଆଜି ପବିତ୍ର ଦିନରେ ମନୋବାଞ୍ଛିତ ଫଳ ପାଇବାକୁ ମହାଦେବଙ୍କୁ ପୂଜା କରନ୍ତି ଶ୍ରଦ୍ଧାଳୁ । ସବୁ ଶିବାଳୟରେ ପ୍ରବଳ ଭିଡ଼ ସାଙ୍ଗକୁ ଗୁଞ୍ଜରି ଉଠୁଛି ଶିବ ମନ୍ତ୍ର, ପଢ଼ାହେଉଛି ଶିବ ପୁରାଣ । ଏହି କ୍ରମରେ ଜାଣିବା ଏପରି ଏକ ଶିବ ପୀଠ ଯାହା ପରିସରରେ ଥିବା ଶିବ ପୀଠରେ ଥିବା କୂଅର ପାଣିର ରଙ୍ଗ ଦିନକୁ ୩ଥର ବଦଳେ ।
ଉତ୍ତରପ୍ରଦେଶ ଗାଜିଆବାଦରେ ପୂଜା ପାଉଛନ୍ତି ବାବା ଦୁଧେଶ୍ବରନାଥ । ଅତି ପ୍ରାଚୀନ ମନ୍ଦିର ମଧ୍ୟରେ ଅନ୍ୟତମ । କୁହାଯାଉଛି, ଏହି ପୀଠରେ ଲଙ୍କାପତି ରାବଣଙ୍କ ପିତା ବିଶ୍ବଶ୍ରବା କଠୋର ତପସ୍ୟା କରିଥିଲେ । ରାବଣ ମଧ୍ୟ ଏହିଠାରେ ମହାଦେବଙ୍କ ଆରାଧନା କରିଥିଲେ । ଏହି ପୀଠ ଦେଇ ପ୍ରବାହିତ ନଦୀର ନା ପ୍ରକୃତରେ ହରନନ୍ଦୀ ଥିବାବେଳେ କାଳକ୍ରମେ ତାହା ଅପଭ୍ରଂସ ହୋଇ ହିଣ୍ଡନ ନଦୀ ହୋଇଯାଇଛି । ତଥ୍ୟ କୁହେ, ଦୁଧେଶ୍ବର ବାବାଙ୍କ ମନ୍ଦିରକୁ ଛତ୍ରପତି ଶିବାଜୀ ନିର୍ମାଣ କରାଇଥିଲେ ।
ଏଠିକାର ମହାଦେବଙ୍କ ନାଁ ଦୁଧେଶ୍ବର ହେବା ପଛରେ ବି ଏକ କଥା ପ୍ରଚଳିତ ଅଛି । କୁହାଯାଏ, ପାଖରେ ଥିବା କୈଲା ଗାଁରୁ ଜୋରୁ ଚରିବାକୁ ପଡ଼ିଆକୁ ଆସୁଥିବାବେଳେ ଏକ ନିର୍ଦ୍ଦଷ୍ଟ ସ୍ଥାନରେ ରେ କ୍ଷୀର ଆପେ ଆପେ ଦିଏ । ଏକଥା କିଛି ଲୋକଙ୍କ ନଜରରେ ପଡ଼ିବାରୁ ସେମାନେ ଆସି ସେହି ସ୍ଥାନରେ ଖୋଳାଖୋଳି କରବାରୁ ଏକ ଲିଙ୍ଗ ବାହାରିଥିଲା। ସେବେଠାରୁ ତାଙ୍କୁ ସେହିଠାରେ ହିଁ ପୂଜା କରାଗଲା । ସମୟ କ୍ରମେ ସେଠାରେ ମନ୍ଦୀର ନିର୍ମାଣ କରାଗଲା। ଏବଂ ମହାଦେବଙ୍କୁ ଲୋକେ ଦୁଧେଶ୍ବର ବୋଲି ସମ୍ବୋଧନ କଲେ ।
ଏଠିକାର ଏକ ଆଶ୍ଚର୍ଯ୍ୟ ହେଉଛି ମନ୍ଦିର ପରିସରରେ ଥିବା କୂଅ । କୁହାଯାଏ ଏହି କୂଅର ପାଣିର ରଙ୍ଗ ଦିନକୁ ୩ ଥର ବଦଳିଥାଏ । ତେଣୁ ଦୂରଦୂରାନ୍ତରୀ ଶ୍ରଦ୍ଧାଳୁ ଏହି କୂଅକୁ ଦେଖିବାକୁ ଓ ପୂଜା କରିବାକୁ ଆସନ୍ତି । କୂଅ ଚାରିପଟେ ରହିଛି ଶ୍ରୀଗଣେଶ, ମା’ ଲକ୍ଷ୍ମୀ, ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/15/dudheswar-mahadev-2026-02-15-17-45-39.jpg)