କନକ ବ୍ୟୁରୋ: ଧର୍ମଶାଳା ବିଧାୟକଙ୍କୁ ମାଡ ଘଟଣାରେ ରାଜନୀତି ଏବେ ସରଗରମ ହୋଇଛି । ଆକ୍ସନକୁ ଆସି ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ପୁଲିସ ଛାଉଣୀରେ ପରିଣତ ହୋଇଛି ପୂରା ଧର୍ମଶାଳା । ସାମ୍ୱାଦିକ ସମ୍ମିଳନୀ କରି ପ୍ରଣବକୁ ଟାର୍ଗେଟ କରିଛନ୍ତି ହିଂମାଶୁ ସାହୁ । ଆରୋପ-ପ୍ରତ୍ୟାରୋପ ବି ବଢିଛି । ଧର୍ମଶାଳାର ସ୍ୱାଧୀନ ବିଧାୟକଙ୍କ ଏହି ଭିଡିଓ ଏବେ ସାରାରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ଏହାରି ଭିତରେ ଆକ୍ସନକୁ ଆସିଛି ପୋଲିସ ।
ଧର୍ମଶାଳା ବିଧାୟକଙ୍କୁ ମାଡ଼, ୧୦ ଅଭିଯୁକ୍ତ ଗିରଫ
ବବିଙ୍କ ଇଙ୍ଗିତରେ ଆକ୍ରମଣ ଅଭିଯୋଗ
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ପିଏସଓଙ୍କ ଲିଖିତ ଏତଲା ପରେ ଆକ୍ସନକୁ ଆସିଛି ପୋଲିସ। ଅଭିଯୋଗ ଓ ଭିଡିଓ ଫୁଟେଜକୁ ଆଧାରରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଧର୍ମଶାଳାରେ ପୋଲିସ ଛାଉଣି ସହିତ ଏଡିଜି ଲ-ଆଣ୍ଡ ଅର୍ଡର କ୍ୟାମ୍ପ କରିଛନ୍ତି। ଫୋର୍ସ ମୂତୟନ କରି ପୂରା ମାମଲା ଉପରେ ନଜର ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି।
ସେପଟେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି ନେତା ପ୍ରଣବ ପ୍ରକାଶ ଦାଶଙ୍କୁ ପୁଣି ଟାର୍ଗେଟ କରିଛନ୍ତି ହିମାଂଶୁ । ଏପଟେ ବବି ଦାସ ଅଭିଯୋଗକୁ ଖଣ୍ଡନ କରିବା ସହ ଉଭୟ ପକ୍ଷର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଲୋକପ୍ରତିନିଧିଙ୍କୁ ଆକ୍ରମଣ ନେଇ ସମସ୍ତେ ନିନ୍ଦା ପ୍ରକାଶ କରିଥିବା ବେଳେ ବଢିବାରେ ଲାଗିଛି ଆରୋପ ପ୍ରତ୍ୟାରୋପ ।
ପ୍ରଶ୍ନ ଉଠୁଛି କାହିଁକି ଅଶାନ୍ତ ହୋଇପଡିଲେ ଆନ୍ଦୋଳନକାରୀ?
ବିଧାୟକଙ୍କୁ ମାଡ ପଛର ପ୍ରକୃତ ରହସ୍ୟ କଣ?
ଯୋଜନାବଦ୍ଧ ଭାବେ କରାଯାଇଥିଲା କି ଆକ୍ରମଣ?
ରାଜନୈତିକ ଆକ୍ରୋଶରୁ ରଣକ୍ଷେତ୍ର ପାଲଟିଥିଲା କି ଯାଜପୁର?