ମାଘ ମାସରୁ କମିଗଲା ଶୀତ । ରେକର୍ଡ ଭାଙ୍ଗୁଛି ଜାନ୍ରୁଆରୀ ମାସର ତାପମାତ୍ରା, ସତର୍କ କଲା ପାଣିପାଗ ବିଭାଗ

Advertisment

ଦିନ ତାପମାତ୍ରା ବଢୁଥିବା ବେଳେ ସକାଳୁ ସକାଳୁ କିନ୍ତୁ ଘନ କୁହୁଡି ଦେଖିବାକୁ ମିଳୁଛି। ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିଭଳି ୨୬ ତାରିଖରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୭ ତାରିଖରେ ୭ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ କରାଇଛି କେନ୍ଦ୍ର। ଦିନ ବେଳେ ବଢୁଥିବା ତାପମାତ୍ରା କାରଣରୁ ସନ୍ଧ୍ୟା ସମୟରେ ସମୁଦ୍ର ଆଡୁ ପବନ ରାଜ୍ୟ ଭିତରକୁ ବହୁଛି। ଯାହା ସକାଳ ସମୟରେ ଘନ କୁହୁଡି କରାଉଛି।

45 winter

45 winter Photograph: (45 winter)

କନକ ବ୍ୟୁରୋ : ମାଘରେ ବାଘ ଶୀତ ନୁହେଁ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ହନ୍ତସନ୍ତ କରୁଛି। ଦୀର୍ଘ ୫୨ ବର୍ଷ ପରେ କୋରାପୁଟରେ ଚଳିତ ବର୍ଷ ଜାନୁଆରୀର ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ମାତ୍ର ୨ ଦିନ ବ୍ୟବଧାନରେ ରାଜ୍ୟରେ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ବୃଦ୍ଧି ଦେଖିବାକୁ ମିଳିଛି। ଆଉ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା କମ୍। ୫ ଦିନ ପରେ ପାରଦ ତଳମୁହାଁ ହେଲେ ବି ସେତେଟା ଶୀତ ଆଉ ଅନୁଭବ ହେବନି। 

କାହିଁକି ଅସ୍ବାଭାବିକ ଭାବେ ବଢୁଛି ତାତି ....
- ଋତୁ ପରିବର୍ତ୍ତନ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହୋଇଥାଏ
- କିନ୍ତୁ ଚଳିତଥର ଏହି ପ୍ରକ୍ରିୟା ଶୀଘ୍ର ଦେଖିବାକୁ ମିଳୁଛି 
- ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ ସକ୍ରିୟ ରହିଛି
- ଏହା ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ ଦିଗରୁ ତାତି ପବନ ରାଜ୍ୟ ଭିତରକୁ ପ୍ରବାହରେ ସହାୟକ ହେଉଛି। ଯେଉଁ କାରଣରୁ ଅସ୍ବାଭାବିକ ଭାବେ ବଢ଼ିଛି ତାପମାତ୍ର 
- ପୂର୍ବରୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ବାୟୁ ଉଭୟ ଦିନ ଓ ରାତି ସମୟରେ ରାଜ୍ୟ ଭିତରୁ ପ୍ରବାହିତ ହେଉଛି
- ବାୟୁମଣ୍ଡଳରୁ ଜଳୀୟବାଷ୍ପ ୨୦%ରୁ କମ ରହୁଛି ଯେଉଁ କାରଣରୁ ସୂର୍ୟ୍ୟକିରଣ ସିଧା ଭୂପୃଷ୍ଠରୁ ପଡୁଛି
- ଅକ୍ଟୋବରରୁ ଆଜି ପର୍ୟ୍ୟନ୍ତ ବର୍ଷା ନଥିବାରୁ ମାଟି ଶୁଖିଲା ରହୁଛି

ଦିନ ତାପମାତ୍ରା ବଢୁଥିବା ବେଳେ ସକାଳୁ ସକାଳୁ କିନ୍ତୁ ଘନ କୁହୁଡି ଦେଖିବାକୁ ମିଳୁଛି। ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିଭଳି ୨୬ ତାରିଖରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୭ ତାରିଖରେ ୭ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ କରାଇଛି କେନ୍ଦ୍ର। ଦିନ ବେଳେ ବଢୁଥିବା ତାପମାତ୍ରା କାରଣରୁ ସନ୍ଧ୍ୟା ସମୟରେ ସମୁଦ୍ର ଆଡୁ ପବନ ରାଜ୍ୟ ଭିତରକୁ ବହୁଛି। ଯାହା ସକାଳ ସମୟରେ ଘନ କୁହୁଡି କରାଉଛି।

ଆସନ୍ତାକାଲି ଠାରୁ ପବନ ବହିବାର ଦିଗ ପରିବର୍ତ୍ତନ ହେବ ନେଇ ଆକଳନ କରାଯାଉଛି। ଏହା ପରେ ପାରଦା ତଳମୁହାଁ ହୋଇପାରେ। କିନ୍ତୁ ମାଘ ମାସର ତାତି ଚିନ୍ତା ବଢ଼ାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe