ବ୍ୟାନ୍ ହେଲା କୋଲ୍ଡଡ୍ରିଫ୍ କଫ୍ ସିରପ୍ ; ତାମିଲନାଡୁ, ମଧ୍ୟପ୍ରଦେଶ ପାଇଁ ସର୍କୁଲାର ଜାରି

Advertisment

ପିଲାଙ୍କ କଫ ସିରଫକୁ ନେଇ ବଢୁଛି ଭୟ । ତାମିଲନାଡୁ, ମଧ୍ୟପ୍ରଦେଶରେ ‘କୋଲ୍ଡଡ୍ରିଫ୍ କଫ୍ ସିରପ ବ୍ୟାନ୍ । ଲାବୋରେଟୋରୀ ପରୀକ୍ଷାରୁ ଔଷଧ ଅପମିଶ୍ରିତ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ।

ପିଲାଙ୍କ କଫ ସିରଫକୁ ନେଇ ବଢୁଛି ଭୟ । ତାମିଲନାଡୁ, ମଧ୍ୟପ୍ରଦେଶରେ ‘କୋଲ୍ଡଡ୍ରିଫ୍ କଫ୍ ସିରପ ବ୍ୟାନ୍ । ଲାବୋରେଟୋରୀ ପରୀକ୍ଷାରୁ ଔଷଧ ଅପମିଶ୍ରିତ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ।

02

କନକ ବ୍ୟୁରୋ : ପିଲାଙ୍କ କଫ ସିରପକୁ ନେଇ ବଢୁଛି ଭୟ । ତାମିଲନାଡୁ, ମଧ୍ୟପ୍ରଦେଶରେ ‘କୋଲ୍ଡଡ୍ରିଫ୍ କଫ୍ ସିରପ୍ ବ୍ୟାନ୍ ହୋଇଛି । ଲାବୋରେଟୋରୀ ପରୀକ୍ଷାରୁ ଔଷଧ ନିମ୍ନମାନର ଓ ଅପମିଶ୍ରିତ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କଫ ସରପରେ ମିଶୁଛି ଜୀବନ ନେବା ଭଳି ଡାଏଥିଲିନ୍ ଗ୍ଲାଇକଲ୍ ।

 ମାସକ ମଧ୍ୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍ ସିରପ୍ ପିଇ ୧୧ଜଣ ଶିଶୁଙ୍କ ମୃତ୍ୟୁ ଘଟଣା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି  । ସମ୍ପୃକ୍ତ ଫାର୍ମା କମ୍ପାନିର ଔଷଧ ବିତରଣ ଉପରେ କର୍ତ୍ତୃପକ୍ଷ ରୋକ୍ ଲଗାଇଛନ୍ତି । ତାମିଲନାଡୁରେ ବିବାଦୀୟ ସିରପ୍ ’କୋଲଡ୍ରିଫ୍’ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାଜସ୍ଥାନ ସରକାର ମଧ୍ୟ ରାଜ୍ୟ ଔଷଧ ନିୟନ୍ତ୍ରକଙ୍କୁ ନିଲମ୍ବିତ କରି କମ୍ପାନିର ଔଷଧ ବଣ୍ଟନ ବନ୍ଦ କରିଛନ୍ତି  । ସେପଟେ ଦୁଇ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କଫ୍ ସିରପ ନଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ  ଅଞ୍ଚଳକୁ  ମାର୍ଗଦର୍ଶିକା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ  । ସମସ୍ତ ରାଜ୍ୟ  ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଓ ଡାକ୍ତରଖାନାଗୁଡ଼ିକ ଏହି  ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe