କନକ ବ୍ୟୁରୋ : ଭଦ୍ରକ ସହରରେ ବଢ଼ିଚାଲିଛି ଛିନତାଇ ଲୁଟ ପରି ବିଭିନ୍ନ ଅପରାଧ କାର୍ଯ୍ୟ । ଦିନ-ଦ୍ୱିପହରରେ ଲୁଟ୍ପାଟ୍ କରୁଛନ୍ତି ଦୁର୍ବୃତ୍ତ। ପୁଲିସ ଆଖିରେ ଧୂଳିଦେଇ ଖସିଯାଉଛନ୍ତି। ସହରରେ ଉପୁଜୁଥିବା ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ ପଡ଼ି ଯାଇଛି ପୁଲିସ । ଅପରାଧିଙ୍କ ସଂପର୍କରେ ସୂଚନା ମିଳିବା କଷ୍ଟକର ହୋଇଯାଉଛି । କାରଣ ସହରରେ ଲାଗିଥିବା ସିସିଟିଭି ସବୁ ଅଚଳ ହୋଇଯାଇଛି ।
ଭଦ୍ରକ ସହରର ଛାତି ଉପରେ ଲାଗିଛି ୧୦୩ଟି ସିସିଟିଭି। ୨୦୨୩ରୁ ସିସିଟିଭି ଗୁଡ଼ିକ ଲଗାଯାଇଛି । ଏଥିପାଇଁ ଭଦ୍ରକ ପୌରପାଳିକା ଦ୍ୱାରା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି । ବନ୍ତ ଛକ, କଚେରୀ ବଜାର, ନୂଆ ବଜାର, ମେଡିକାଲ ଛକ, ଷ୍ଟେସନ ଛକ ଭଳି ସ୍ଥାନରେ ଲାଗିଥିବା ସିସିଟିଭିକୁ କଣ୍ଟ୍ରୋଲ କରୁଛି ଭଦ୍ରକ ପୋଲିସର ଗୁଇନ୍ଦା ବିଭାଗ । କିନ୍ତୁ ବିଡ଼ମ୍ବନା, ସହର ଜଗିଥିବା ସବୁ ସିସି କ୍ୟାମେରା ଏବେ ସଂପୂର୍ଣ୍ଣ ଅଚଳ। ମରାମତି ପାଇଁ ଗୁଇନ୍ଦା ବିଭାଗର ଅନୁମତିକୁ ଅପେକ୍ଷା କରିଛି ପୌରପାଳିକା । ଗୁଇନ୍ଦା ବିଭାର ଓ ପୌରପାଳିକାର ସହମତିରେ ଯଥାଶୀଘ୍ର ଭଦ୍ରକ ସହରରେ ଲାଗିଥିବା ସିସିଟିଭି ମରାମତି କରି ସଚଳ କରିବାର ଆବଶ୍ୟକତା ରହିଛି ।
ସହର ଜଗିଛି ଅଚଳ ସିସିଟିଭି । ଖୁଲମ୍ଖୁଲା ଲୁଟ୍ପାଟ୍ କରୁଛନ୍ତି ଅପରାଧୀ ।
ଅପରାଧିଙ୍କୁ ଧରିବାରେ ନାକେଦମ୍ ପୁଲିସ । ସହରର ଛାତି ଉପରେ ଲାଗିଥିବା ସିସିଟିଭି ଅଚଳ ।
/kanak/media/media_files/2025/01/20/KfSJ71fkK1zScmT9YN0z.jpg)