ସହର ଜଗିଛି ଅଚଳ ସିସିଟିଭି, ନିୟନ୍ତ୍ରଣ ବାହାରେ ଅପରାଧିକ କାର୍ଯ୍ୟକଳାପ...

Advertisment

ଫଟୋ ଉଠାଉନି କି ଭିଡ଼ିଓ ରେକର୍ଡ କରୁନି, ବଢୁଛି ଅପରାଧିକ କାର୍ଯ୍ୟକଳାପ...

ଫଟୋ ଉଠାଉନି କି ଭିଡ଼ିଓ ରେକର୍ଡ କରୁନି, ବଢୁଛି ଅପରାଧିକ କାର୍ଯ୍ୟକଳାପ...

ସହର ଜଗିଛି ଅଚଳ ସିସିଟିଭି

ସହର ଜଗିଛି ଅଚଳ ସିସିଟିଭି Photograph: (kanaknews)

କନକ ବ୍ୟୁରୋ: ପ୍ରତ୍ୟେକ ଦିନ ଚୋରି ରାହାଜାନିର ଖବର ଆସେ ଖୋର୍ଦ୍ଧାରୁ । ନିୟନ୍ତ୍ରଣ ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି । ଅପରାଧୀଙ୍କ ଉପରେ ନଜର ରଖିବ ଏହି ସିସିଟିଭି । ହେଲେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏ ସିସିଟିଭି ଗୁଡ଼ିକ ସଚଳ ନୁହେଁ ସବୁ ଅଚଳ । ସେପଟେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । 

ଖୋର୍ଦ୍ଧା ସହରକୁ ଅପରାଧ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି ପ୍ରଶାସନ। ସହରର ଛକ ବଜାରର ସିସିଟିଭି ଲଗାଇଛି ପୁଲିସ । ସିସିଟିଭିରେ ଥିବା ଫଟୋ-ଭିଡ଼ିଓ ଦେଖି ଅପରାଧୀଙ୍କୁ ଧରିବା ସହଜ ହେଉଥିଲା । ହତ୍ୟା, ଚୋରି, ଡକାୟତି ଘଟଣାରେ ତଦନ୍ତରେ ସହାୟକ ହେଉଥିଲା । ହେଲେ ଏଇ କିଛି ବର୍ଷ ହେବ ଅକାମୀ ହୋଇଯାଇଛି ସହରର ଛାତି ଉପରେ ଲାଗିଥିବା ସିସିଟିଭି ।

ସହର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବଢି ଚାଲିଛି ଅପରାଧ । ଲୁଟେରାଙ୍କ ଚରାଭୂଇଁ ପାଲଟିଛି ଖୋର୍ଦ୍ଧା ସହର । ଦିନ ଦ୍ବିପ୍ରହରରେ ଚାଲିଛି ବାଇକ ଲୁଟ । ଗତ ମାସରେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ୫୦ରୁ ଅଧିକ ବାଇକ୍‌ ଚୋରି ଘଟଣା ସାମ୍ନାକୁ ଆସିଥିଲା । ଆଦର୍ଶ ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଥିଲା । ତେବେ ଏକାଧିକ ଚୋରି ଅଭିଯୋଗ ସତ୍ତ୍ବେ ପ୍ରମାଣ ଅଭାବରୁ ପୋଲିସ ନୀରବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe