ସୁଧୁରୁଛି ଭାରତ- ଚୀନ୍ ସମ୍ପର୍କ ; ଏସ୍ .ଜୟଶଙ୍କର ଓ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ ଚୀନ୍ ବିଦେଶ ମନ୍ତ୍ରୀ

ଆଗକୁ ବଢୁଛି ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ  ।  ଅଗଷ୍ଟ ୧୮-୧୯ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗୟୀ । ଏସ୍ .ଜୟଶଙ୍କର ଓ ଅଜିତ ଡୋଭାଲଙ୍କ ସହ କରିବେ ଆଲୋଚନା । ସୀମା ବିବାଦ ଉପରେ ହୋଇପାରେ ଆଲୋଚନା ।

25

କନକ ବ୍ୟୁରୋ: ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଏବେ ଆଗକୁ ବଢୁଥିବାର ଲକ୍ଷ୍ୟ କରାଯାଉଛି । ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟୀ ଆଗାମୀ ୧୮-୧୯ ଅଗଷ୍ଟ ରେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ଚୀନ ବୈଦେଶିକ ମନ୍ତ୍ରୀ, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ଉଚ୍ଚ ସ୍ତରୀୟ ଆଲୋଚନାରେ ଭାଗ ନେବେ, ଯେଉଁଠାରେ ଭାରତ-ଚୀନ ସୀମା ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହେବାର ସୂଚନା ମିଳିଛି । ଚୀନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ମଧ୍ୟ  ଦ୍ୱିପାକ୍ଷିକ ବୈଠକ କରିବେ । ୨୦୨୦ରେ ଗାଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା, କିନ୍ତୁ ଏବେ ଦୁଇ ପକ୍ଷ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପଦକ୍ଷେପ ନେଉଛନ୍ତି । ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଶାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକ ପାଇଁ ଚୀନ ଗସ୍ତ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।

ଭାରତ ଆସିବେ ଚୀନ ବୈଦେଶିକ ମନ୍ତ୍ରୀ : 
ଏସ.ଜୟଶଙ୍କର ଓ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ ଚୀନ ବୈଦେଶିକ ମନ୍ତ୍ରୀ
ଏସ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଦୁଇ ଦେଶର ସମ୍ପର୍କ ଉପରେ ଚର୍ଚ୍ଚା ହେବ
୨୦୨୦ ଗାଲୱାନ ସଂଘର୍ଷ ପରେ ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ପଦକ୍ଷେପ ନେଉଛନ୍ତି
ସୀମା ବିବାଦ ଉପରେ ଆଲୋଚନା ହୋଇପାରେ
ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି
ମୋଦୀଙ୍କ ଚୀନ ଗସ୍ତ ପୂର୍ବରୁ ଏହି ବୈଠକ ସମ୍ପର୍କ ସୁଦୃଢ଼ କରିବାରେ ସହାୟକ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe