ସ୍କୁଲ ଉପରେ ବନ୍ଦର ପ୍ରଭାବ, ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

Advertisment

ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଥିବାରୁ ମଧ୍ୟାହ୍ନ ଭୋଜନ ଯୋଗାଇ ପାରିବ ନାହିଁ ବୋଲି ପୂର୍ବରୁ ଜଣାଇଥିଲା ସଂସ୍ଥା ।

ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଥିବାରୁ ମଧ୍ୟାହ୍ନ ଭୋଜନ ଯୋଗାଇ ପାରିବ ନାହିଁ ବୋଲି ପୂର୍ବରୁ ଜଣାଇଥିଲା ସଂସ୍ଥା ।

ffd

Photograph: (kanaknews)

କନକ ବ୍ୟୁରୋ : ପିଲାଙ୍କ ପୋଷଣ ସହ ପାଠପଢ଼ା ପ୍ରତି ଆଗ୍ରହ ବଢାଇବାକୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି । ରାଜ୍ୟର ଅଧିକାଂଶ ସ୍କୁଲ ନିଜେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ପିଲାଙ୍କୁ ଦେଉଛନ୍ତି, କିନ୍ତୁ ଭୁବନେଶ୍ୱର ଓ କଟକ ସହରରେ ଏହାର ଦାୟିତ୍ୱ ନେଇଛି ଅକ୍ଷୟ ପାତ୍ର ଫାଉଣ୍ଡେସନ । ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଉଥିବାରୁ ମଧ୍ୟାହ୍ନ ଭୋଜନ ଯୋଗାଇ ପାରିବ ନାହିଁ ବୋଲି ପୂର୍ବରୁ ଜଣାଇଥିଲା ସଂସ୍ଥା । ଫଳରେ ଆଜି ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହୋଇଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନଖାଇ ଘରକୁ ଫେରିଥିଲେ । 

ଅନ୍ୟପକ୍ଷରେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ନିଜ ଉଦ୍ୟମରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଥିଲେ । ତଥାପି ବନ୍ଦ ପାଳନ ଯୋଗୁଁ ଅଳ୍ପ ସଂଖ୍ୟକ ପିଲା ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଥିଲା । ସରକାର କିମ୍ବା ବ୍ୟବସ୍ଥା ଉପରେ ଚାପ ପକାଇବାକୁ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସଫଳ ହୋଇଛି, କିନ୍ତୁ ଛୋଟ ପିଲାମାନେ ମଧ୍ୟାହ୍ନ ଭୋଜନ ନଖାଇ ସ୍କୁଲରୁ ଫେରିବା ପାଇଁ କିଏ ଦାୟୀ ରହିବେ? ଆନ୍ଦୋଳନକାରୀ ନା ସ୍କୁଲ କର୍ତ୍ତୃପକ୍ଷ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe