ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଛତୁଆ । ସାଲୁବାଲୁ ହେଉଛନ୍ତି ପୋକ

Advertisment

ଗର୍ଭବତୀଙ୍କ ଦିଆଯାଉଛି ପୋକରା ଛତୁଆ ! ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ । ଗାଁ ଗାଁରେ ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କୁ ଛତୁଆ ଦିଆଯାଏ। କିନ୍ତୁ ଏହି ଛତୁଆ ମହାକାଳଫଳ ଠାରୁ କମ୍ ନୁହେଁ। ଉପର ଭାରି ସୁନ୍ଦର, ଭିତର ପୋଡା ଅଙ୍ଗାର।

ଗର୍ଭବତୀଙ୍କ ଦିଆଯାଉଛି ପୋକରା ଛତୁଆ ! ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ । ଗାଁ ଗାଁରେ ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କୁ ଛତୁଆ ଦିଆଯାଏ। କିନ୍ତୁ ଏହି ଛତୁଆ ମହାକାଳଫଳ ଠାରୁ କମ୍ ନୁହେଁ। ଉପର ଭାରି ସୁନ୍ଦର, ଭିତର ପୋଡା ଅଙ୍ଗାର।

chatua poka

କନକ ବ୍ୟୁରୋ: ଗର୍ଭବତୀଙ୍କ ଦିଆଯାଉଛି ପୋକରା ଛତୁଆ ! ପ୍ୟାକେଟ ଖୋଲିଲେ ପୋକ ସାଲୁବାଲୁ । ଗାଁ ଗାଁରେ ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କୁ ଛତୁଆ ଦିଆଯାଏ। କିନ୍ତୁ ଏହି ଛତୁଆ ମହାକାଳଫଳ ଠାରୁ କମ୍ ନୁହେଁ। ଉପର ଭାରି ସୁନ୍ଦର, ଭିତର ପୋଡା ଅଙ୍ଗାର। ଅଥାର୍ତ ଚିକ୍କିଣିଆ ପ୍ୟାକେଟରେ ପୋକରା ଛତୁଆ। ପ୍ୟାକେଟ ଖୋଲିଲେ ଭଣ ଭଣ ପୋକ। ଏମିତି ପୁଷ୍ଟିକର ଛତୁଆ ଖାଇଲେ ରୋଗରେ ପଡିବା ନିଶ୍ଚିତ। ମାର୍ଶାଘାଇ ବ୍ଲକ ତ୍ରିନାଥ ସ୍ବୟଂ ସହାୟକ ଗୋଷ୍ଠୀ ନାଁରେ ଏଭଳି ନିମ୍ନମାନର ଛତୁଆ ଯୋଗାଉଥିବା ଅଭିଯୋଗ ଆସିଛି । ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଏନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କିନ୍ତୁ ଖୋଦ୍ ସିଡ଼ିପିଓ ଏହା ଉପରେ ପରଦା ଢାଙ୍କୁଥିବା ବେଳେ କ୍ୟାମେରାରେ ଧରାପଡ଼ିଛି ପ୍ରକୃତ ସତ।

ତେବେ ପ୍ରତିମାସ ୨୩ ତାରିଖରେ ସିସିଟିଭି ଓ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥାଏ ଛତୁଆ ମିଶ୍ରଣ। କିନ୍ତୁ ଅଭିଯୋଗ ଆସିଥିବା କେନ୍ଦ୍ରରେ ଛତୁଆ ମିଶ୍ରଣ ହେଉଥିଲେ ମଧ୍ୟ ଅଚଳ ହୋଇପଡିଛି ସିସିଟିଭି। ନିମ୍ନମାନର ଛତୁଆକୁ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ ରଖିଛନ୍ତି ଅଜବ ଯୁକ୍ତି। ପୂରା ଘଟଣାର ତଦନ୍ତ ନକରି ଘଣ୍ଟ ଘୋଡାଇବାକୁ କରିଛନ୍ତି ଚେଷ୍ଟା।

କେବଳ ଏତିକି ନୁହେଁ, ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ ହୋଇନି ବୋଲି କହିଛନ୍ତି ସିଡ଼ିପିଓ। ଏବେ ପ୍ରଶ୍ନ ଉଠୁଛି, ଛତୁଆର ମାନ ଲୁଚାଇବାକୁ ସିସିଟିଭିକୁ ଜାଣିଶୁଣି ଖରାପ କରାଯାଇଛି କି? କେବଳ ମାର୍ଶାଘାଇ ନୁହେଁ ରାଜନଗରରେ ଛତୁଆ ମିଶ୍ରଣକୁ ନେଇ ଆସିଛି ସାଂଘାତିକ ଅଭିଯୋଗ। ପୁଷ୍ଟିକର ଛତୁଆ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପୋକରା ଛତୁଆ ଦେଇ ପକେଟ ଗରମ କରୁଛନ୍ତି କି ସରକାରୀ ବାବୁ? ଏସଏଚଜି ଓ ଅଫିସରଙ୍କ ମଧୁଚନ୍ଦ୍ରିକା କେନ୍ଦ୍ରାପଡାରେ ଛତୁଆ ଦୁର୍ନୀତିକୁ ଦେଇଛି କି ଜନ୍ମ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe