ବିଳମ୍ୱିତ ରାତି ଯାଏଁ ସରକାରୀ ଫାଇଲ୍‌ କାମ କଲେ ମୁଖ୍ୟମନ୍ତ୍ରୀ,  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ଦୁଇ ଦିନ ହେଲା ଅଛନ୍ତି

ଦିନ ସାରା ବ୍ୟସ୍ତବହୁଳ କାର୍ଯ୍ୟକ୍ରମ । ସନ୍ଧ୍ୟାରେ ସମ୍ଭାବ୍ୟ ବନ୍ୟା ସ୍ଥିତିର କଲେ ସମୀକ୍ଷା ।

ବିଳମ୍ୱିତ ରାତି ଯାଏଁ ଫାଇଲ୍ କାମ

ବିଳମ୍ୱିତ ରାତି ଯାଏଁ ଫାଇଲ୍ କାମ Photograph: (Kanaknews)

କନକ ବ୍ୟୁରୋ:  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଝାରସୁଗୁଡ଼ା ଯାଇଥିବା ମୁଖ୍ୟମନ୍ତ୍ରୀ ବିଳମ୍ୱିତ ରାତି ଯାଏଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ସମାବେଶର ପ୍ରସ୍ତୁତିର ତଦାରଖ ଓ ସମୀକ୍ଷା ପାଇଁ ଦିନ ତମାମ ବ୍ୟସ୍ତ ରହିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ସନ୍ଧ୍ୟାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ପ୍ରଭାବିତ ହେବାକୁ ଥିବା ୧୭ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପଦ ନଟଳିବା ଯାଏଁ ସଂପୃକ୍ତ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହ ବିଶେଷ ପ୍ରଭାବିତ ହେବା ଜିଲ୍ଲାଗୁଡିକରେ ଅଙ୍ଗନୱାଡି ଓ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି ।

ଜିଲ୍ଲା ଓ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷ ଯେପରି ୨୪ ଘଣ୍ଟିଆ ଚାଲିବ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସହାୟତା ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବା ୟୁନିଟ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କୁ ପୁଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ମହଙ୍ଗା ଭତ୍ତାର ସମୀକ୍ଷା କରି କର୍ମଚାରୀଙ୍କୁ ୨ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କର୍ମଚାରୀମାନେ ଏଣିକି ୫୩ ପ୍ରତିଶତ ବଦଳରେ ୫୫ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ଦିନ ତମାମ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଥିଲା । ବିଳମ୍ୱିତ ରାତିଯାଏଁ ସେ ସରକାରୀ ଫାଇଲ କାମ କରି ଏହି ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe