ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ : ପତାକା ଉତ୍ତୋଳନ ପରେ ଗ୍ରହଣ କରିବେ ପରେଡ଼ ଅଭିବାଦନ

Advertisment

ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟରେ ବିଭିନ୍ନ ମନ୍ତ୍ରୀମାନେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ।

ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟରେ ବିଭିନ୍ନ ମନ୍ତ୍ରୀମାନେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ।

2

କନକ ବ୍ୟୁରୋ : ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟରେ ବିଭିନ୍ନ ମନ୍ତ୍ରୀମାନେ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପତାକା ଉତ୍ତୋଳନ କରିବେ । ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପତାକା ଉତ୍ତୋଳନ କରିବେ । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବଲାଙ୍ଗୀରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, କନ୍ଧମାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, କଳାହାଣ୍ଡିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ପୁରୀରେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିବେ। ନବରଙ୍ଗପୁରରେ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ଅନୁଗୁଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ରାୟଗଡ଼ାରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ମୟୂରଭଞ୍ଜରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପତାକା ଉତ୍ତୋଳନ କରିବେ ।

ସେପଟେ ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ତ୍ରିରଙ୍ଗାର ତିନି ରଙ୍ଗର ଆଲୋକରେ ଝଲସିଛି ପୂରା ଭୁବନେଶ୍ବର । ଲୋକସେବା ଭବନ, ଓଡିଶା ବିଧାନସଭା, ଖାରବେଳ ଭବନ, ନିର୍ମାଣ ସୌଧ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ବିଏମସି ଅଫିସ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ତ୍ରିରଙ୍ଗା ଆଲୋକରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ରାଜଧାନୀର ରାଜରାସ୍ତାଠାରୁ ନେଇ ଗଳିକନ୍ଦି ମଧ୍ୟ ଆଲୋକମାଳାରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe