କନକବ୍ୟୁରୋ: ଆଜିଠୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡରେ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବାର କାର୍ୟ୍ୟକ୍ରମ ରହିଛି । ସେଠାରେ ନିର୍ବାଚନ ପୂର୍ବରୁ ଆୟୋଜିତ ହେଉଥିବା ଏକ ରାଲିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଚାଇଁବାସାର କୋଲ୍ହାନ୍ ଯାଇ ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଓ ଚାଇଁବାସାର କୋଲ୍ହାନ୍ରେ ବହୁ ସଂଖ୍ୟାକ ଓଡ଼ିଆ ଭାଷାଭାଷୀ ଲୋକେ ବସବାସ କରନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦୁଇ ଦିନ ତଳେ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଥିଲେ । ହିମନ୍ତ ବିଶ୍ୱଶର୍ମା ଝାଡ଼ଖଣ୍ଡ ବିଜେପିର ସହ ପ୍ରଭାରୀ ଅଛନ୍ତି। ଝାଡ଼ଖଣ୍ଡ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/dg2UDGGIGyBBeNvN87vL.jpg)