କନକ ବ୍ୟୁରୋ: ଦେବଗଡ଼ର ବହୁ ପ୍ରତିକ୍ଷିତ ଡାକ୍ତରଖାନାକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଦିନିକିଆ ଦେବଗଡ଼ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେବଗଡ଼ର ବଡ଼ବଗିଚା ପଡିଆରେ ଆୟୋଜିତ ସାଧାରଣ ସଭାକୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପି ସରକାର ବର୍ଷକର କଣ କରିଛନ୍ତି ତାହା କହିଥିଲେ । 

Advertisment

ଏହି ଅବସରରେ କେନ୍ଦୁପତ୍ର ତୋଳାଳିଙ୍କ ଛତା, ଟୋପି, ଚଳ ଓ କେରି କପଡ଼ା ପାଇଁ ୫୭ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ସେହିପରି ଦେବଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ୩ଶହ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପିତ କରିଛନ୍ତି । ସେହିପରି ଦେବଗଡ ଜିଲ୍ଲାର ୧.୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେବଗଡ ମୁଖ୍ୟ ଚିକିତ୍ସାଳୟ, ମୁଖ୍ୟ ଚିକିତ୍ସାଳୟ ପରିସରରେ ଔଷଧ ଭଣ୍ଡାରଘର, ସହଯୋଗୀ ବିଶ୍ରାମ ଗୃହ, ମିଶନ ଶକ୍ତି କାଫେର ଲୋକାର୍ପଣ କରିଥିଲେ । 

ସେହିପରି ୧୨ଗୋଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ଦେବଗଡ ଜିଲ୍ଲାର ବାରକୋଟ ଓ ଛତାବର ନୂତନ ସିଏଚସି କୋଠାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସାଧାରଣ ସଭା ପରେ ବାଲିରଇଠାରେ ଥିବା ନବ ନିର୍ମିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯାଇ ଲୋକାର୍ପଣ କରିବା ସହ ବୁଲି ଦେଖିଥିଲେ। ।