କନକ ବ୍ୟୁରୋ : ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱତନ୍ତ୍ର ବିମାନରେ ଯାତ୍ରା ନକରି ପତ୍ନୀଙ୍କ ସହ ସାଧାରଣ ବିମାନରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ । ସରକାରୀ ଅର୍ଥକୁ ବଞ୍ଚାଇବା ପାଇଁ ମୋହନ ମାଝୀ ଏଭଳି ପଦକ୍ଷେପ ନେଇଛନ୍ତି ।
ତେବେ ୪ଦିନିଆ ହରିୟାଣା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା ହୋଇଥିଲା । କିନ୍ତୁ ସ୍ୱତନ୍ତ୍ର ବିମାନରେ ନଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବୁକିଂ ହୋଇଥିଲା ସ୍ୱତନ୍ତ୍ର ବିମାନ । ଯାହାର ଦିନକୁ ଭଡା ୯୧ଲକ୍ଷ ୨୨ହଜାର ଟଙ୍କା ଥିଲା । ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଫାଲକନ୍-୨୦୦ରେ ମୁଖମନ୍ତ୍ରୀ ଯିବା ପାଇଁ ବିଚାର କରାଯାଇଥିଲା । ଯାହାର ଭଡା ଥିଲା ୭୮ ଲକ୍ଷ ୫୫ ହଜାର ଟଙ୍କା । ଦୁଇଟି ଯାକ ସ୍ୱତନ୍ତ୍ର ବିମାନର ଭଡା ବହୁତ ଅଧିକ ଥିବାରୁ ସରକାରୀ ଅର୍ଥ ବଞ୍ଚେଇବା ପାଇଁ ସରକାରୀ ଅର୍ଥର ଅଯଥା ଖର୍ଚ୍ଚ ନକରି ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)