କନକ ବ୍ୟୁରୋ : ପୁଣି ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀ କଲେ ଟାର୍ଗେଟ । ୨୪ ବର୍ଷରେ ଜଳସେଚନ ହୋଇନଥିବା କହି ବିଜେଡିକୁ ଘେରିଲେ । ପାଣି ପଂଚାୟତ ପକ୍ଷ ୨୦୨୫ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟାର୍ଗେଟ୍ କଲେ ମୋହନ ମାଝୀ । କହିଛନ୍ତି, ଗତ ୨୪ ବର୍ଷରେ ଜଳ ସେଚନ ଯେପରି ହେବା କଥା ହୋଇ ନାହିଁ । ଚାଲୁଥିବା ସମସ୍ତ ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।
୧୩ହଜାର ୨୨୩ କୋଟି ରୁ ଅଧିକ ବଜେଟରେ ପ୍ରବଧାନ କରାଯାଇଛି । ଯାହା ଗତ ବଜେଟ ଠାରୁ ୨୫ ପ୍ରତିଶତ ହେବ । ମୁଖ୍ୟମନ୍ତ୍ରୀ କେନାଲ ଲାଇନ ଯୋଜନାରେ ସେ ଅଞ୍ଚଳର ଉନ୍ନତି ହୋଇ ପାରିବ । ପାଣି ପଂଚାୟତ ଚାଷୀଙ୍କ ଯୋଗୁଁ ପାଣି ତଳ ମୁଣ୍ଡାକୁ ପହଂଚି ପାରୁଛି। ୮୦ ହଜାର ହେକ୍ଟର ଚାଷ ଜମି ପାଇଁ୨୪ଶହ କିମି ନୂତନ କଂକ୍ରିଟ କରନାଳି କରାଯିବ । ଚାଷୀଙ୍କ ସହାଭାଗିତା ରେ ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/05/Pzcu5BuqYrdWGK00SeiZ.jpg)