କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କୁ କାଂଉଟର କରିବାକୁ ବିଜେପି ସାହାରା ହରେକୃଷ୍ଣ ମହତାବ । ସବୁବେଳେ ଭୁବନେଶ୍ୱରରେ ପାଳିତ ହେଉଥିଲା ମହତାବଙ୍କ ଜୟନ୍ତୀ । କିନ୍ତୁ ଆଜି ଦିଲ୍ଲୀରେ ଆଡମ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ପାଳନ କରିଛି ଦଳ । ଆଉ ମୁଖ୍ୟମନ୍ତ୍ରୀ ଏଥିରେ ନାଁ ନେଇ ବିଜୁ ପରିବାକୁ ଟାର୍ଗେଟ କରିଛନ୍ତି ।

Advertisment

ବିଜୁ ପଟ୍ଟନାୟକଙ୍କୁ କାଉଣ୍ଟର କରିବାକୁ ବିଜେପି ସାହାରା ହରେକୃଷ୍ଣ ମହତାବ । ସବୁବେଳେ ଭୁବନେଶ୍ୱରରେ ପାଳିତ ହେଉଥିଲା ମହତାବଙ୍କ ଜୟନ୍ତୀ । କିନ୍ତୁ ଆଜି ଦିଲ୍ଲୀରେ ଆଡମ୍ୱରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ପାଳନ କରିଛି ଦଳ । ଆଉ ମୁଖ୍ୟମନ୍ତ୍ରୀ ଏଥିରେ ନାଁ ନେଇ ବିଜୁ ପରିବାକୁ ଟାର୍ଗେଟ କରିଛନ୍ତି । 

ନବୀନ ସରକାର ସମୟରେ ବିଜୁ ପଟ୍ଟନାୟକଙ୍କୁ ନେଇ ବଡ ଆୟୋଜନ କରୁଥିଲା ବିଜେଡି । ଏବେ ବିଜୁଙ୍କୁ ଟକ୍କର ଦେବାକୁ ବିଜେପିର ସାହାରା ବନିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ।  ମହତାବଙ୍କ ୧୨୫ତମ ଜୟନ୍ତୀଙ୍କୁ ଦିଲ୍ଲୀ ଦିଲ୍ଲୀ ଦରବାରରେ ପାଳନ କରିଛି  ରାଜ୍ୟ ବିଜେପି । ଆଉ ଏଥିରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତା ।

ମୁଖ୍ୟମନ୍ତ୍ରୀ ମୋହନ ମାଝି  ହରେକୃଷ୍ଣ ମହାତାବଙ୍କୁ  ଓଡିଶାର ସର୍ଦ୍ଦାର ପଟେଲ ବୋଲି କହିଥିଲେ । ରାଜ୍ୟରେ ବର୍ଷ ବର୍ଷ ଧରି କେବଳ  ଗୋଟିଏ ପରିବାରକୁ ଗୁରୁତ୍ୱ ଦିଆଯାଇଥିଲା ବୋଲି କହି ବିଜୁ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ମହତାବଙ୍କ ଜୟନ୍ତୀ ଉତ୍ସବ ଭୁବନେଶ୍ୱରରେ ସୀମିତ ଥିଲା । ଏବେ ଦିଲ୍ଲୀରୁ ପଲ୍ଲୀ ଯାଏଁ ମହତାବ ଜୟନ୍ତୀଙ୍କୁ ପାଳନ କରି ଏକ ରାଜନୈତିକ ସନ୍ଦେଶ ଦେବାକୁ ଚାହିଁଛି ରାଜ୍ୟ ବିଜେପି । ବିଜୁଙ୍କୁ ଗୌଣ କରି ମହତାବଙ୍କୁ ଗୁରୁତ୍ବ ଦେବା ଆରମ୍ଭ କରିଛି ଶାସକ ଦଳ । ବର୍ତ୍ତମାନ ପୀଢିଙ୍କ ନିକଟରେ ବିଜୁ ପଟ୍ଟନାୟକଙ୍କୁ ଲୋକପ୍ରିୟ କରିବାକୁ ତତକାଳୀନ ସରକାର ବିଜୁଙ୍କ ନାଁରେ ଅନେକ ଯୋଜନା କରିଥିଲେ । ଏବେ ନୂଆ ବିଜେପି ସରକାର ମହତାବଙ୍କୁ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ମହତାବଙ୍କ ପାଇଁ ଗଠିତ କମିଟିରେ ପୂର୍ବତନ ବିଜେଡି ନେତା ଅମର ଶତପଥୀଙ୍କୁ ସାମିଲ କରି ନୂଆ ଗୋଟି ଚାଳନା କରିଛି ବିଜେପି । ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଛି, ବିଜେପି ଆଡକୁ ଢଳୁଛନ୍ତି କି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ ।